ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତି ପୂର୍ବତନ ଜିଲ୍ଲା ପରିଷଦ ଉପସଭାନେତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସମଗ୍ର ମାନବ ସମାଜ କରୋନା ମହାମାରୀ ସହିତ ଲଢେଇ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସମସ୍ତେ ନିଜ ଘରେ ନିରାଡମ୍ବର ଭାବେ ବିଜୁବାବୁଙ୍କ ଶ୍ରାଦ୍ଧଦିବସ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସୂର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସକୁ ପୂର୍ବତନ ଜିଲ୍ଲା ପରିଷଦ ଉପସଭାନେତ୍ରୀ ମମତାରାଣୀ ଧଳ ନିଜ ଘରେ ନିରାଡମ୍ବର ଭାବେ ପାଳନ କରିବା ସହ ସୂର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହିତ ପୂର୍ବତନ ଜିଲ୍ଲା ପରିଷଦ ଉପସଭାନେତ୍ରୀ ଶ୍ରୀମତୀ ଧଳଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ପିଲାମାନେ ମଧ୍ୟ ବିଜୁବାବୁଙ୍କୁ ଭକ୍ତିପୂତ ଭାବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ