ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ଜମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରାଧାରାଣୀ ମହିଳା ସଂଘ ତରଫରୁ ୱାର୍ଡ଼ ନମ୍ବର ୨୮ସ୍ଥିତ ଆଚାର୍ଯ୍ୟ ବିହାରଠାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ରାଧାରାଣୀ ମହିଳା ସଂଘର ସମ୍ପାଦିକା ଗୀତାଞ୍ଜଳି ପ୍ରଧାନ ଏବଂ ଯୁବ ସମାଜସେବୀ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମଟି ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଦେଶ ଓ ଓଡ଼ିଶାର ବିକାଶ ପଥରେ ତାଙ୍କ ଅବାଦନ ଯୁଗଯୁଗ ଧରି ଚିରସ୍ମରଣିୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର କନକଲତା ସ୍ୱାଇଁ, ପ୍ରଣତି ଜେନା, ଡ଼ଲି ମହାନ୍ତି, କାମିନୀ କୁମାରୀ କର, ନିରୁପମା ଦେଇ, ସୁଷମା ଦେଇ, କନକଲତା ସ୍ୱାଇଁ, ଆରତୀ ବିଶ୍ୱାଳ, ତନି ସେନାପତି ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।