ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ନବ ଓଡ଼ିଶାର ନିର୍ମାତା ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟନାୟକଙ୍କ ଶ୍ରାଦ୍ଧ ଦିବସ ରାଇରଙ୍ଗପୁରରେ ବିଜେଡି ତରଫରୁ କୋଭିଡ କଟକଣାକୁ ଯୋଗୁଁ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପଶ୍ଚିମ ମୟୂରଭଂଜ ବିଜେଡି ସଭାପତି କାଶୀନାଥ ହେମ୍ବ୍ରମଙ୍କ ନେତୃତ୍ବରେ ଦଳୀୟ କର୍ମୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ତଳେ ସମବେତ ହୋଇ ।ପରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭିର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।ଦଳୀୟ କର୍ମୀଙ୍କ ବିଜୁ ପଟ୍ଟନାୟକ ଅମର ରହେ ବିଜେଡି ଲଙ୍ଗ୍ ଲିଭ ନାରାରେ ସ୍ଥାନଟି ପ୍ରକମ୍ପିତ ହୋଇଥିଲା । ଏଥିରେ ବିଜେଡି ନେତୃବୃନ୍ଦ,ଯୁବ ନେତୃବୃନ୍ଦ,ଛାତ୍ର ନେତୃବୃନ୍ଦ, ମହିଳା ନେତୃବୃନ୍ଦପ୍ରମୁଖ ସାମିଲ ହୋଇଥିଲେ ।ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ନେତୃତ୍ବରେ ଏକ ବିଜୁପଟନାୟକଙ୍କ ଉପରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମୋରଡା ବିଧାୟକ ରାଜକିଶୋର ଦାସ ଏବଂ ମୁଖ୍ୟବକ୍ତା ବରିଷ୍ଠ ଓକିଲ ରସାନନ୍ଦ ଲେଙ୍କା ଯୋଗ ଦେଇଥିଲେ ।ପରେ ନବ ଓଡ଼ିଶା ନିର୍ମାଣରେ ବିଜୁପଟନାୟକଙ୍କ ତ୍ଯାଗପୂତ ଜୀବନ ଉପରେ ନେତୃବୃନ୍ଦ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି କବି, ଓକିଲ ପଙ୍କଜ ଦାସ,ଗୌରୀ ଦତ୍ତ,ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ,ବିଜେଡି ନାରୀନେତ୍ରୀ ତନୁଜା ମହାନ୍ତ , ରାଜ୍ୟ ଯୁବ ବିଜେଡି ଯୁଗ୍ମ ସଂପାଦକ ଗଣେଶ ମିଶ୍ର,ଛାତ୍ର ରାଜ୍ୟ ସଂପାଦକ ବିକାଶ ମହାନ୍ତ, ପଶ୍ଚିମ ମୟୂରଭଂଜ ଛାତ୍ର ବିଜେଡ଼ି ନେତା ଅମରେଶ ବଳ, ଅଭିଷେକ ପଟ୍ଟନାୟକ, ଆହ୍ବାନ ପଟ୍ଟନାୟକ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।


