ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୨୫ ତମ ଶ୍ରାଦ୍ଧ ଦିବସ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି ବ୍ଲକ ବିଜୁ ଜନତାଦଳ ପକ୍ଷରୁ ରବିବାର ପୂର୍ବାହ୍ନରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଥିବା ଜଣାପଡ଼ିଛି । ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦଳୀୟ କର୍ମୀମାନେ ଉପସ୍ଥିତ ରହି ପ୍ରଥମେ ସ୍ଥାନୀୟ ପୁଞ୍ଜିକୟାଁ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଆୟୋଜିତ ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ୟ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦିଗପହଣ୍ଡି ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀ , ଜିଲ୍ଲା ଯୁବ ବିଜେଡି ଉପ ସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ବିଜେଡି ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ପୂର୍ବତନ ଜିଲ୍ଲା ପରିଷଦ ତଥା ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ସରପଞ୍ଚ ରଞ୍ଜନ କୁମାର ସାହୁ , ଫନୀନ୍ଦ୍ର ଗୋସ୍ୱାମୀ , ବିଜୟ ପ୍ରଧାନ , ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ପ୍ରଶାନ୍ତ ପ୍ରଧାନ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ସମୀର ସ୍ୱାଇଁ , ପୂର୍ବତନ ସରପଞ୍ଚ ପ୍ରତିନିଧି ସରୋଜ ଜେନା , ଉମା ବିଷୋୟୀ , ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ , ଶିବରାମ ମହାନ୍ତି , ଲଡୁ ପାତ୍ର , ବିଜେଡି ନେତା ବୁଲୁ ସାହୁ , ଘୋଡାହାଡ ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ପାତ୍ର ପ୍ରମୁଖ ବିଜୁବାବୁଙ୍କ ଗୁଣାଦର୍ଶ ଉପରେ ସ୍ମୃତି ଚାରଣ କରିଥିଲେ । ବିଜୁବାବୁଙ୍କ ପ୍ରତିଭା ଓ ଦକ୍ଷତା ତାଙ୍କୁ ବିଶ୍ବର କୋଣ ଅନୁକୋଣରେ ପରିଚିତ କରାଇ ପାରିଥିବା ବେଳେ ସେ ପ୍ରତିଟି ଓଡିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିବାରେ ସକ୍ଷମ ହୋଇଥିଲେ ବୋଲି ମତ ପ୍ରକାଶ ପାଇଥିଲା । ଏଥିସହ ଦଳୀୟ କର୍ମୀମାନେ ବିଜୁବାବୁଙ୍କ ଓଡ଼ିଶା ଗଠନ ନିମନ୍ତେ ଏକମନ , ଏକ ପ୍ରାଣ ହୋଇ କାର୍ଯ୍ୟ କରିବା , ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ଓଡ଼ିଶାର ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ନିର୍ଭୀକତାର ସହ ନିରନ୍ତର ସଂଗ୍ରାମ ଜାରି ରଖିବା , ବିଜୁବାବୁଙ୍କ ବିଚାର ଧାରା , ତ୍ୟାଗ , ସେବା , ସଂଗ୍ରାମ ଓ ସ୍ୱାଭିମାନରେ ବର୍ତ୍ତୀ ହୋଇ ନୂତନ ଓଡ଼ିଶା ଗଢିବା ପାଇଁ ଆଜିର ଏହି ଦିବସରେ ସଂକଳ୍ପ ବଦ୍ଧ ହୋଇଥିବା ଜଣାପଡିଛି । ଏହି ଅବସରରେ କର୍ମଚାରୀ ମାନେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ I