ପ୍ରବାସୀଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ସ୍ୱଛାସେବୀ ସଂଗଠନର ପ୍ରଚେଷ୍ଟା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) ଭଞ୍ଜନଗର ତୁଳସୀପଲ୍ଲୀ ନିକଟରେ ଏକ ଜଙ୍ଗଲିଆ ଅଚଂଳରେ ଛତିଶଗଡ଼ ରାଜ୍ୟର ୬ ପରିବାର ଯେଉଁମାନେ ବୁଲିବୁଲି ଚୁଡି ବ୍ୟବସାୟ କରିଥାଆନ୍ତି ଗତ ତିନିମାସ ହେଲା ଏମାନେ ଏଠି ଫସିରହିଛନ୍ତି । ଲକଡାଉନ କାରଣରୁ ଏମାନେ ନିଜ ରାଜ୍ୟ କୁ ଫେରିପାରୁ ନଥିବା ବେଳେ । ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ପଞ୍ଚାୟତ ପକ୍ଷରୁ ଏମାନଙ୍କୁ ଖାଇବା ବନ୍ଦୋବସ୍ତ କରାଯାଇଥିବା ବେଳେ ଭଞ୍ଜନଗର ହେଲପିଙ୍ଗ ହେଣ୍ଡସ ନାମକ ଏକ ସ୍ୱଛାସେବୀ ସଂଗଠନ ର ଯୁବକ ମାନେ ଓ ସମଜସେବୀ ଶୂଳପାଣି ଶତପଥି ଏମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇବା ସହ ସେମାନଙ୍କ ରାଜ୍ୟ କୁ ନିଜଖର୍ଚ୍ଚରେ ପଠାଇବା ବ୍ୟବସ୍ଥା ଗ୍ରହଣ କରୁଥିବା ଜଣାପଡିଛି । ସେମାନଙ୍କ ମତ ଓ ଠିକଣା ସଂଗ୍ରହ କରି ଅଞ୍ଚଳ ପ୍ରଶାସନ ସହ ଆଲୋଚନା କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ