ପ୍ରବାସୀଙ୍କ ସହ ରଜ ପାଳିଲେ ସରପଞ୍ଚ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଆଜି ପ୍ରଥମ ରଜ । କିନ୍ତୁ କରୋନା କଟକଣା ଯୋଗୁଁ ରଜପାଳନ ଫିକା ପଡିଥିବାବେଳେ ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ ପ୍ରବାସୀ ମାନଙ୍କ ସହ ରଜ ପାଳନ କରିଛନ୍ତି । ସରକାରଙ୍କ ରଜ କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୁରତାରେ ହାଟଡିହି ହାଇସ୍କୁଲରେ ଥିବା ପ୍ରବାସୀ ମାନଙ୍କୁ ମିଠା, ପିଠା ଓ ରଜପାନ ବାଣ୍ଟି ରଜ ପାଳନ କରିଛନ୍ତି । ପ୍ରବାସୀମାନେ ଘରେଥିଲେ କେତେକଣ ରଜପିଠା ଖାଇ ପରିବାର ଲୋକଙ୍କ ସହିତ ଖୁସି ମନାଇ ଥାନ୍ତେ । କିନ୍ତୁ କ୍ୱାରେଣ୍ଟାଇନରେ ଥିବାରୁ ସେମାନଙ୍କ ପାଇଁ ଚଳିତବର୍ଷ ରଜ ପାଳନ ନହେଲା ନାହିଁ ଆସନ୍ତା ବର୍ଷ ରଜ ପାଳିପାରିବା ବୋଲି ସରପଞ୍ଚ ଶ୍ରୀମତୀ ସେଠୀ ସାନ୍ତ୍ୱନା ଦେଇଥିଲେ । ସେମାନଙ୍କ ମୁହଁରେ ଟିକେ ହସ ଦେଖିବାପାଇଁ ଆମର ଏ ଛୋଟ ପ୍ରୟାସ ବୋଲି ସରପଞ୍ଚ ଶ୍ରୀମତୀ ସେଠୀ କହିଥିଲେ । ଏହି ଅବସରରେ ସମାଜସେବୀ କଳ୍ପତରୁ ସେଠୀ ମଧ୍ୟ ପ୍ରବାସୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ସରପଞ୍ଚ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କରୋନାଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଇଓ ଶରତ କୁମାର ବେଜ, ନୋଡାଲ ଅଫିସର ବିକାଶ ଜେନା, ଅଙ୍ଗନବାଡି କର୍ମୀ ପ୍ରୀୟଦର୍ଶନୀ ନନ୍ଦ, ପଞ୍ଚାୟତର ବିଜେଡି ସଭାପତି କାମପାଳ ନାୟକ, ସମାଜସେବୀ କୈଳାଶ ରାଉତ, ଶିକ୍ଷକ ସଦାଶିବ ଚକ୍ର, ପ୍ରମୋଦ ବେହେରା, ଆଶୁତୋଷ ପହି, ଗାଁର ଯୁବ ସହଯୋଗୀ ବିଶ୍ୱନାଥ ସାହୁ, ସରୋଜ କୁମାର ସାହୁ, ମାନସ ସେଠୀ, ନାରାୟଣପ୍ରସାଦ ଖୁଣ୍ଟିଆ, କମଳ ଲୋଚନ ରଣା, ମାନସ ରଣା, କାଳନ୍ଦି ମଲ୍ଲିକ, ବଳରାମ ମଲ୍ଲିକ, କାଳନ୍ଦି ମୁଖୀ, ପଞ୍ଚାୟତ କର୍ମଚାରୀ ଚକ୍ରଧର ଭୁୟାଁ, ଭାଗିରଥି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ