ପ୍ରବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ପିଏଜିର ଦାବି

ଫୁଲବାଣୀ (ସୁନିଲ କୁମାର ବେହେରା) କରୋନା ମାହାମାରୀ ସଂକ୍ରମଣ ଓ କରୋନା ଜନିତ ମୃତ୍ୟୁ ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମସ୍ତ ପ୍ରବାସୀ ଙ୍କ ର ସ୍ୱାବ ପରୀକ୍ଷା ପାଇଁ ପିଏଜି ପକ୍ଷରୁ ସରକାରଙ୍କ ଠାରେ ଦାବୀ କରାଯାଇଛି। କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮ରେ ପହଞ୍ଚିଥିବା ବେଳେ ,ସେଥିରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ନଅ ଜଣ କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରେ ଥିଲେ ହେଁ ଆଶାନୁରୂପ କଣ୍ଟାକ୍ଟ ହିଷ୍ଟ୍ରି ଚିହ୍ନଟ ହେଉନାହିଁ ।ଜିଲାକୁ କରୋନା ମୁକ୍ତ କରିବା ପାଇଁ ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜି ପକ୍ଷରୁ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି।କରୋନା ନିୟନ୍ତ୍ରଣ କ୍ଷେତ୍ରରେ ସରକାର ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ନେଉଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ଓ ସହାୟକ ମାନେ ସଂକ୍ରମଣ ହେବା ଉଦବେଗ ର ବିଷୟ। ଜିଲ୍ଲାରେ କରୋନା ନବ୍ୟାପିବା ପାଇଁ ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜି ପକ୍ଷରୁ ଆରମ୍ଭ ରୁ ସଚେତନତା ସୃଷ୍ଟି କରାଯାଉଛି। ସ୍ୱଛତା ରଖିବା,ହାତ ଧୋଇବା, ସାମାଜିକ ଦୂରତା ରଖିବା, ଲକଡାଉନ ନିୟମ ମାନିବା ,କାମ ନଥିଲେ ବାହାର କୁ ନଯିବା,ପ୍ରବାସୀ ମାନେ ସଂଗରୋଧ କେନ୍ଦ୍ର ରେ ନିୟମ ମାନି ରହିବା ଉପରେ ପିଏଜି ର ସଦସ୍ୟ ଅନୁଷ୍ଠାନମାନେ ସଚେତନତା ସୃଷ୍ଟି କରୁଛନ୍ତି।ବିଭିନ୍ନ ବ୍ଲକ ରେ ଗରିବ ଓ ନିଃସହାୟ ଙ୍କୁ ରିଲିଫ ପ୍ରଦାନ କରୁଛନ୍ତି ।ଜିଲ୍ଲାରେ ସଂକ୍ରମିତ ସଖ୍ୟା ଓ ସହଯୋଗୀ କର୍ମଚାରୀଙ୍କ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରତି ପଞ୍ଚାୟତ ରେ ପ୍ରତିଷେଧକ ସ୍ୱରୁପ ସତର୍କ ଦୃଷ୍ଟି ରଖିବାକୁ ଆବାହକ ଅଶୋକ ପରିଡା ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।ଜିଲ୍ଲାକୁ ଆସୁଥିବା ସମସ୍ତ ପ୍ରବାସୀ ମାନଙ୍କର ସ୍ୱାବ ପରୀକ୍ଷା ପାଇଁ ପ୍ରଶାସନ ସରକାରଙ୍କୁ ଅବଗତ କରାଇ ପଦକ୍ଷପ ନେବାକୁ ଦାବୀ କରାଯାଇଛି।କ୍ୱାରେଣ୍ଟାଇନ ରୁ ଗଲା ପରେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ। ବର୍ତ୍ତମାନ ସୁଦ୍ଧା ଜିଲାର ସଂକ୍ରମିତ କର୍ମଚାରୀ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି , ତୁରନ୍ତ ଚିହ୍ନଟ କରି ସଂଗରୋଧ ରେ ରଖିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି।ଆସିବାକୁ ଥିବା ପ୍ରବାସୀ ମାନଙ୍କୁ ସୁବିଧାରେ ଆସିବାର ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଅବଗତ କରିବାକୁ ନିଷ୍ପତ୍ତି କରାଯାଇଛି।ଅଧିକାଂଶ ପ୍ରବାସୀ କମ ମଜୁରୀରେ ଅଣକୁଶଳୀ କାମ କରିବାକୁ ରାଜି ନଥିବାରୁ ସ୍ୱାଭିମାନ ଭାରତରେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।କାମ ଅଭାବରୁ ପୁନର୍ବାର ସେମାନଙ୍କ କାର୍ଯ୍ୟ ସ୍ଥଳୀକୁ କେତେକ ଯିବା ପ୍ରସ୍ତୁତ ହେଉଥିବା ଦୃଷ୍ଟି କୁ ଆସିଛି।ଆଗାମୀ ଦିନରେ ପ୍ରବାସୀ ରାଜ୍ୟକୁ ଆସିବାକୁ ଥିବାରୁ ପ୍ରଶାସନିକ ଅଧିକାରୀ ମାନେ ସ୍ୱଛାସେବୀ ଅନୁଷ୍ଠାନମାନଙ୍କ ସହ ସମନ୍ୱୟ ରଖିଲେ ,ମଳିତ ଉଦ୍ୟମ ହିଁ କରୋନା ପ୍ରତିହତ କରିପାରିବେ। କ୍ୱାରେଣ୍ଟାଇନ ଅବଧି ଶେଷ କରି ଦୁଇ ହଜାର ଟଙ୍କା ପାଇ ନଥିବା ପ୍ରବାସୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ସୁନିଶ୍ଚିତ କରାଯାଉ।କ୍ୱାରେଣ୍ଟାଇନ କେନ୍ଦ୍ର ରେ ଥିବା ସମୟରେ ପାଞ୍ଚରୁ ଦଶ ଦିନ କାମ କରିଥିବା ପ୍ରବାସୀ ଙ୍କୁ ଘୋଷଣା ଅନୁଯାୟୀ ପାରିଶ୍ରମିକ ସେମାନଙ୍କ ଆକାଉଣ୍ଟରେ ଦିଆଯାଉ।କେଉଁଝର ଜିଲ୍ଲାରେ ମନରେଗା ରେ ୨୯୭ଟଙ୍କା ମଜୁରୀ ଦିଆଯାଉଥବା ରୁ ଅବହେଳିତ ପଛୁଆ ଜିଲ୍ଲା କନ୍ଧମାଳ ଜିଲ୍ଲାରେ ପ୍ରଦାନ କରିବା କୁ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଅଛି।ମଜୁରୀ ଅନୁଯାୟୀ ମାଟି ଖାତ ରେଟ ନ କରାଯାଇ ଖାତ ରେଟରେ ମଜୁରୀ ଦେବାକୁ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଉଅଛୁ।ଅର୍ଥାତ ୧୦ ×୧୦× ୧କୁ ୩୨୪ଟଙ୍କା ହିସାବରେ ଦୈନିକ ମଜୁରୀ ଧାର୍ଯ କରାଯାଉ।କନ୍ଧମାଳଜିଲ୍ଲାରେ ପାଞ୍ଚ/ଦଶ ହଜାର ଲୋକ କ୍ଷମତା ସମ୍ପର୍ଣ୍ଣ ଏକ ପୋଷାକ ଉତ୍ପାଦନ କେନ୍ଦ୍ର ଅଗ୍ରାଧିକାର ଭିତିରେ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉ। ପଞ୍ଚାୟତି ରାଜ ପ୍ରତିନିଧି ମାନଙ୍କୁ ସମ୍ମାନ ଜଣାଇ, ସହ ଉତ୍ତମ ସମନ୍ୱୟ ରଖି ସ୍ୱଛତା ସହ ପ୍ରତିଷେଧକ କାର୍ଯ୍ୟ କରାଯାଉ। ଦୁଇଟି ପୃଥକ କାରଣରୁ ବାଲିଗୁଡା ବଡଗାଁ ଓ ତୁମୁଡିବନ୍ଧ ସଂଗରୋଧ କେନ୍ଦ୍ର ଠାରେ ହୋଇଥିବା ପରିବାରର ଦୁଇଜଣ ରୋଜଗାରିଆ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ କ୍ଷତି ପୁରଣ ଦେବା ବ୍ୟବସ୍ଥା କରାଯାଉ। ଏହି ବୈଠକରେପିଏଜି ସଭ୍ୟ ହରିଶଙ୍କର ରାଉତଙ୍କ ସଂଯୋଜନା ରେ ସୁକାନ୍ତ ନାୟକ, ରବୀନ୍ଦ୍ର ସାହୁ,ଚନ୍ଦ୍ର କାନ୍ତ ନାୟକ, ଭଗବାନ ଜେନା, ଅମିତ ନାୟକ,କୈଳାସ ଚନ୍ଦ୍ର ଦଣ୍ଡପାଟ,ପ୍ରଦୀପ ସ୍ୱାଇଁ,ପ୍ରମୋଦ ନାୟକ ,ଶତୃଘନ ମହାନ୍ତି, ଲିଙ୍ଗରାଜ ପ୍ରଧାନ, ରାଜୀବ କୁମାର ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି, ପ୍ରଶାସନ ଓ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କ ମିଳିତ ଉଦ୍ୟମରେ କରୋନା ମୁକ୍ତ କନ୍ଧମାଳ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ