ପ୍ରବାସୀ ଓଡ଼ିଆ ନିଜ ଘର କୁ ପ୍ରତ୍ୟାବର୍ତ୍ତନ

ଶେରଗଡ, (ଦେବୀ ପ୍ରସାଦ ଦାଶ):ଦୀର୍ଘ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଆଜି ସେମାନଙ୍କ ଧାର୍ଯ୍ୟ ସମୟ ପୁରି ଯାଇଛି । ଭୟାନକ ମହାମାରୀ କରୋନା ଦାଉରୁ ଉଦ୍ଧାର ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବାହାର ରାଜ୍ୟ ତଥା ଦେଶରୁ ଫେରିଥିବା ପ୍ରବାସୀ ଓଡ଼ିଆ ଆଜି ସେମାନଙ୍କ ନିଜ ନିଜ ଘର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଞ୍ଚାୟତ ର ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ବିଭିନ୍ନ ଦେଶ ରୁ ଆସି ସଙ୍ଗରୋଧ କେନ୍ଦ୍ର ରେ ୧୪ ଦିନ ରହିଥିଲେ । ଆଜି ସେମାନଙ୍କ ର ଅବଧି ଶେଷ ହୋଇଥିବାରୁ ସେମାନେ ନିଜ ନିଜ ଘର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୋଠଗାଁ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ସେଠିକାର ଭଲିଣ୍ଡର ଙ୍କ ଉପସ୍ଥିତ ରେ ପ୍ରବାସୀ ମାନଙ୍କୁ କୋଭିଡ଼ ୧୯ ସାର୍ଟିଫିକେଟ ଦେଇଛନ୍ତି। ଓଡ଼ିଆ ପ୍ରବାସୀ ଦିପକ ମହାନ୍ତି, ରଞ୍ଜନ ବିଶ୍ବାଳ ଏପରି ସମସ୍ତ ପ୍ରବାସୀ ମାନେ ଯିବା ବେଳେ ସରପଞ୍ଚ ଙ୍କୁ ଧନ୍ୟବାଦ ଦେଇଥିଲେ । ଠିକ ଭାବେ ସେମାନଙ୍କ ଦେଖାଶୁଣା ଏବଂ ଖାଇବା ପିଇବା ର ସମସ୍ତ ସୁବିଧା ଯୋଗାଇଥିବାରୁ ଧନ୍ୟବାଦ ଦେଇଥିଲେ ପ୍ରବାସୀ । କରୋନା ଯୋଦ୍ଧା ଭଳି ଦିନ ରାତି ପ୍ରବାସୀ ମାନଙ୍କ ସେବା ଏବଂ ପରିବେଶ ସ୍ୱଚ୍ଛ ଉପରେ ଗୁରୁତ୍ୱ ଦେଇଥିଲେ ସରପଞ୍ଚ । ସରକାର ଙ୍କ ପ୍ରତ୍ୟେକ ଟି ନିୟମ ପାଳି ଘରେ ଆଉ ୭ ଦିନ ସଙ୍ଗରୋଧ ରେ ରହିବେ ଏବଂ ଘରେ କାହାସହ ମିଳାମିଶା ନକରି ରହିବେ ବୋଲି ସରପଞ୍ଚ ସୁରେନ୍ଦ୍ର ପ୍ରଧାନ ପ୍ରବାସୀ ମାନଙ୍କୁ ବୁଝାଇଥିଲେ । ଶେଷରେ ପ୍ରବାସୀ ମାନେ ଧନ୍ୟବାଦ ଅର୍ପଣ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ