ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମହିଳାଙ୍କୁ କରୋନା ସଚେତନତା

ପୋଲସରା, (ଅନିଲ ମହରଣା): ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ସଙ୍ଗଠନର ମହିଳା ମଣ୍ଡଳ ସଦସ୍ୟା ବୃନ୍ଦଙ୍କୁ କରୋନା ମହାମାରୀ ସଚେତନତା ନେଇ ଏକ ବୈଠକ ଜୁଲାଇ ୯ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କାର୍ଯ୍ୟାଳୟ ପରିସରରେ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରୋନା ସଚେତନତା କାର୍ଯ୍ୟକ୍ରମରେ ସଂଗଠନ ର ମହିଳା ମଣ୍ଡଳ ସଦସ୍ୟା ବୃନ୍ଦଙ୍କୁ କରୋନା ମହାମାରୀର ଭୟାବହ ବିଷୟରେ ଅବଗତ କରାଯାଇଥିଲା। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ହାତକୁ ସଫା କରିବା, ଅତି ଆବଶ୍ୟକ ପଡ଼ିଲେ ହିଁ ଘରୁ ବାହାରକୁ ନଯିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା, ଥଣ୍ଡା, କାଶ, ଜ୍ୱର ପ୍ରଭୃତି ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଓ ୧୦ ବର୍ଷରୁ କମ ଶିଶୁ ମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ପ୍ରଭୃତି ବିଷୟ ପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ପ୍ରବାସୀ ଓଡ଼ିଆ ମହିଳା ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ନେତ୍ରୀ ସ୍ୱତୀ ଦେବୀ, ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ (ମୁନା ଭାଇ), ସୁରଜ ମହାନ୍ତି ସମେତ ସଂଗଠନ କମିଟିର ସଭ୍ୟ ବୃନ୍ଦ ଯୋଗଦେଇଥିଲେ। ଏଥି ପୂର୍ବରୁ ପ୍ରବାସୀ ଓଡ଼ିଆ ସମାଜ ସଭାପତି ପ୍ରଦୀପ କୁମାର ସାହୁ ଜଣେ ଗରିବ ପ୍ରବାସୀ ଓଡ଼ିଆ ଖଗେଶର ମହାନ୍ତିଙ୍କ ଦୁଇଟି କିଡିନ ନଷ୍ଟ ହୋଇଥିବା ଯୋଗୁଁ ସେ ଓଡ଼ିଆ ଫେରିବାକୁ ଇଚ୍ଛା କରବା ଯୋଗୁଁ ତାଙ୍କ ପରିବାରର ସମସ୍ତଙ୍କ ପାଇଁ ରେଳ ଟିକଟ କରି ଓଡ଼ିଶା ଫେରିବା ବନ୍ଦୋବସ୍ତ କରିଥିଲେ। ସଭାପତି ଶ୍ରୀ ସାହୁଙ୍କ ଏହିପରି ସହଯୋଗ ଓ ସାହାଯ୍ୟ କାର୍ଯ୍ୟ ପାଇଁ ପ୍ରବାସୀ ଓଡ଼ିଆଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ