ପ୍ରବାସୀ ଓଡ଼ିଆଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର

ବାଲିଆପାଳ : ବାଲିଆପାଳ ବିଡିଓ ଛବିରାଣୀ ସାହୁ ଗତକାଲି ସୁଦୂର ଗୁଜୁରାଟରୁ ଫେରିଥିବା ଦାଦନ ଶ୍ରମିକମାନେ ପାଣି ମାଗିବାରୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଘଟଣାକୁ ସାରା ରାଜ୍ୟରେ ନିନ୍ଦା କରାଯାଇଛି । ଆଜି ବିଡିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନା, ଚାଷୀ ଏକତା ମଞ୍ଚ ଆବାହକ କୁଶଧ୍ୱଜ ଜେନା, ସୂଚନା ଅଧିକାର ସଂଘ ସଭାପତି ଅନୁଜ ମହାପାତ୍ର, ଗୋପାଳ ଗଙ୍ଗାଇ, ଶରତ ପାତ୍ର, କାହ୍ନୁଚରଣ ପାତ୍ର ପ୍ରମୁଖ ହାତରେ ପ୍ଲାକାର୍ଡଧରି ବିଡିଓଙ୍କ ନିଲମ୍ବନ ଦାବି କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ସେହିପରି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଘଟଣାକୁ ଅସଭ୍ୟତାର ଚରମ ନମୁନା ବୋଲି କହିବା ସହ କୌଣସି ସରକାରୀ ଅଧିକାରୀ ଦୁଃଖ ସମୟରେ ଲୋକଙ୍କୁ ଏଭଳି ହୃଦୟହୀନ ଆଚରଣ କରିବା ଅତ୍ୟନ୍ତ ଗର୍ହିତ, ଦୁଃଖଦାୟକ ଓ ନିନ୍ଦନୀୟ ବୋଲି କହିଛନ୍ତି । ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ବାଲେଶ୍ୱର ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମଧ୍ୟ ଅପରାହ୍ନ ପର୍ଯ୍ୟନ୍ତ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଘଟଣାର ତଦନ୍ତ ପାଇଁ ଆସିନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ