ପ୍ରବାସୀ ଓଡ଼ିଆ ଭାଷା ପ୍ରେମୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ପ୍ରବାସୀ ଓଡ଼ିଆ ଭାଷା ପ୍ରେମୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଉତ୍କଳ ସାମ୍ବାଦିକ ଭବନ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ମୁମ୍ବାଇ ଓଡ଼ିଆ ସମାଜର ସଭାପତି ବିପିନ ବିହାରୀ ମିଶ୍ର, ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଡ଼ ନଳୀନି ପତି, କନିଷ୍ଠ ଭାଷା ଯୋଦ୍ଧା ନନ୍ଦନ ଦ୍ୱିବେଦୀ, କାବେରୀ ବେହରାଙ୍କୁ ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବକ୍ତା ସୀତାବଲ୍ଲଭ ମହାପାତ୍ର, ଡମ୍ବୁରଧର ହରଣସିଂହ, ନବ କିଶୋର ପ୍ରଧାନ, ଅଲେଖ ଜେନା, ଜାନକିଶ ବଡ଼ପଣ୍ଡା ପ୍ରମୁଖ ସାମିଲ ହୋଇ ଓଡ଼ିଆ ଭାଷା ସମ୍ପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶାରଦା ପ୍ରସାଦ ମହାପାତ୍ର ସଭା ସଂଚାଳନ କରିଥିବା ବେଳେ ପବିତ୍ର ମହାରଥା ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।


