ପ୍ରବାସୀ ଫେରନ୍ତାଙ୍କ ଛେଳି ଚୋରି,ଗାଁ ଦାଣ୍ଡରେ ବାନ୍ଧିଲେ ଲୋକେ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଗୁଣ୍ଡରିବାଡି ଗ୍ରାମରେ ଗାଁ ଠାକୁରାଣୀ ଙ୍କ ଉଦ୍ଦେଶ୍ୟ ରେ କିଣାଯାଇଥିବା (ବୋଦା)ଛେଳି ଟିକୁ ଗତ ବିଳମ୍ୱିତ ରାତିରେ ନିକଟ ଗୁଣ୍ଡରିବାଡି ଗାଁ ନୂଆଁ ସାହିର ଦୁଇ ଜଣ ଯୁବକ ଗୁହାଳ ରୁ ଛେଳି ଟିକୁ ଚୋରିକରି ନେଇ ଏହାର ମାସଂକୁ ବିକ୍ରି କରିଦେଇଛନ୍ତି । ଏହି ଅଭିଯୋଗ ରେ ଗ୍ରାମବାସୀ ଦୁଇ ଯୁବକ ଶମ୍ଭୁତାରିଣୀ ଓ ସୀମା ବିଷୋୟୀ ଙ୍କୁ କୌଶଳ କ୍ରମେ ଧରିଆଣିବା ସହ ଗାଁ ଦାଣ୍ଡରେ ଏକ ଟାୱାର ପୋଲରେ ଦୁଇ ଜଣକୁ ବାନ୍ଧି ରଖାଯାଇଛି । ସଂଧ୍ୟାରେ ଗ୍ରାମ ସଭା ଡକାଯାଇ ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗହ୍ମାପୂଣ୍ଣିମା ଦିନ ଗାଁ ଠାକୁରାଣୀଙ୍କ ନିକଟରେ ପରଂପରା ଅନୁସାରେ ବଳୀଦେବା ପାଇଁ ଗତକାଲି ଗାଁ କୋଠରୁ ଚାନ୍ଦା ଆଦାୟ କରି ୫ ହଜାର ୫୦୦ଟଙ୍କା ଦେଇ କିଣାଯାଇଥିଲା । ଗାଁର ଜଗନ୍ନାଥ ଜେନାଙ୍କ ଗୁହାଳ ରେ ରଖାଯାଇଥିବା ବେଳେ ରାତିରେ ଚୋରି ହୋଇଛି ।