ପ୍ରବାସୀ ଫେରିଲେ ନିଜ ଗ୍ରାମକୁ ମିଳୁନି କାମ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟ ସରକାର ବାହାରେ ଦାଦନ ଖଟୁଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିଥିବା ବେଳେ କରୋନା ମହାମାରୀ ରୋଗରୁ ବଂଚିବା ପାଇଁ ନିଜ ରାଜ୍ୟକୁ ଫେରାଇ ଆଣିଛନ୍ତି । ଆସିବାର ଗୋଟିଏ ମାସ ବିତିଗଲାଣି କୌଣସି କାମ ଧାମ ନପାଇ ମୁଣ୍ଡରେ ହାତ ଦେଇ କରଜଭାର ବଢିବାରେ ଲାଗିଛି । ଯାହାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ଅସାନ୍ତି ସୃଷ୍ଟି ହେବା ସହ କରଜକୁ ନେଇ ଦୋକାନୀ ସହ ପାଟି ତୁଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଂଚାୟତରେ ଆଦିବାସୀ ବହୁଳ ଅଂଚଳରୁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇ ବିଭିନ୍ନ ପ୍ରକାର କାମ କରି ପରିବାରର ପେଟ ପୋଷିବା ପାଇଁ କେରଳ, ଗୋଆ, ବିହାର ମହାରାଷ୍ଟ୍ର, ଗୁଜୁରାଟ, ହାଇଦ୍ରାବାଦ, ବେଙ୍ଗଲୋର, କୋଲକତା ଆଦି ବିଭିନ୍ନ ଜାଗାକୁ ଯାଇ ଦାଦନ ଖଟିଥାନ୍ତି । ଯେହେତୁ ନିଜ ରାଜ୍ୟରେ କାମ ମିଳୁନଥିବା ଯୋଗୁଁ ବାହାରେ ଯାଇ ଦାଦନ ଖଟନ୍ତି । ବାହାରୁ ଫେରିବା ପରେ କ୍ୱାରେଂନଟାଇନ ଗୃହରେ ୨୧ ଦିନ ବିତାଇବା ପରେ ମଧ୍ୟ ବର୍ତମାନ ଚିନ୍ତା ଧରିଛି ପରିବାର ପୋଷିବା ପାଇଁ ରୋଜଗାର ନିହାତି ଆବଶ୍ୟକ ଥିବା ବେଳେ ରୋଜଗାର ମିଳୁନି ନିଜ ଗ୍ରାମରେ ବା ନିଜ ଜିଲ୍ଲାରେ ଯାହା ଫଳରେ କରଜ ଭାର ବଢିବାରେ ଲାଗିଛି । ଠିକାଦାର ମାନେ ମେସିନ ଯୋଗେ କାମ କରୁଥିବା ବେଳେ ଶ୍ରମିକଙ୍କ ପାଇଁ କୌଣସି କାମ ନଥିବା ଯୋଗୁଁ ସେମାନେ ନିଜ ଘର ଭିତରେ ପଡିରହି ଝଗଡା ଝାଟି ସୃଷ୍ଟି ହେଉଛି । ଏମଜିଏନଆରଜିଏସ କାମ ଖଣ୍ଡେ ମଧ୍ୟ କେଉଁଠି ମିଳୁନାହିଁ ଏବଂ ଯେଉଁଠାରେ କାମ ଚାଲୁଛି ସେଠାରେ ଶ୍ରମିକଙ୍କ ନାମ ଦେଖାଇ ମେସିନ ମାଧ୍ୟମରେ କାମ କରା ଯାଉଛି । ଏପଟେ ସରକାର କାମ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଗ୍ରାମ ଗୁଡିକରେ ପ୍ରବାସୀଙ୍କୁ ମିଳୁନି କାମ ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ସରକାର ବୋଲି ପ୍ରବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ