ପ୍ରବାସୀ ଭାରତୀୟ ଙ୍କୁ ସ୍ୱାଗତ କଲେ କଲେଜ ଛାତ୍ର ଛାତ୍ରୀ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):ପ୍ରବାସୀ ଭାରତୀୟ ଦିବସ ଅବସର ରେ ଭୁବନେଶ୍ୱର ରେ ଆଜି ଠାରୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅନୁଷ୍ଠିତ ହେଉଛି । ଏଥି ପାଇଁ ସାରା ବିଶ୍ଵ ର କୋଣ ଅନୁକୋଣ ରୁ ପ୍ରବାସୀ ଭାରତୀୟ ଆସୁଛନ୍ତି । ସେମାନଙ୍କୁ ‘ ଅତିଥି ଦେବୋ ଭବୋ’ ସଂସ୍କୃତି ଆଧାର ରେ ସ୍ୱାଗତ କରିବା ପାଇଁ ରାଇକିଆ ଜୀବନ ଜ୍ୟୋତି କଲେଜ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ସ୍ୱାଗତ ଓ ଶୁଭେଚ୍ଛାର ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଭାକର ରାଜୁ ଏବଂ ବରିଷ୍ଠ ପ୍ରଫେସର୍ ଉମାକାନ୍ତ ରଥ ଙ୍କ ତତ୍ତ୍ୱାବଧାନରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସାମିଲ ହୋଇ ଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରୀ ଛାତ୍ର ଙ୍କୁ ନେଇ କୁଇଜ୍ ଓ ବକ୍ତୃତା ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ