ପ୍ରବାସୀ ମାନଙ୍କୁ କାମ ଯୋଗାଇଲା ମନରେଗା ଯୋଜନା

ହାଟଡିହି, (ଓ୍ବାଇଏନ୍ଏସ୍) : ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ କାମଧନ୍ଦା ପାଉ ନଥିବାବେଳେ ଓ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ମାନେ ମଧ୍ୟ କାମଧନ୍ଦା ଅନ୍ୱେଷଣରେ ଅଛନ୍ତି । ଏପରି ସମୟରେ ମନରେଗା ଯୋଜନା ସେମାନଙ୍କୁ କାମ ଯୋଗାଇ ଦେଇଛି । ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ଆର.ଡି ରୋଡରୁ ଅର୍ଜୁନଟିକରା ରାସ୍ତା କାମରେ ୩୫ଜଣ ଶ୍ରମିକଙ୍କୁ ଲଗାଯାଇ କାମ କରାଯାଉଛି । ଏହା ମଧ୍ୟରେ ଅନେକ ପ୍ରବାସୀ ମଧ୍ୟ ସାମିଲ ହୋଇଛନ୍ତି । ପଞ୍ଚାୟତର ଜିଆରଏସ ଜଗବନ୍ଧୁ ଯେନାଙ୍କ ଉପସ୍ଥିତିରେ କରାଯାଉଥିବା ଏହି କାମକୁ କନିଷ୍ଠଯନ୍ତ୍ରୀ ପ୍ରକାଶ ସାମଲ ତଦାରଖ କରୁଥିବାବେଳେ ଗତ ତିନିଦିନ ତଳେ ବିଡିଓ ଜୟଦେବ ଦାସ ନିଜେ କାମ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ