ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଜ ରାଜ୍ୟକୁ ଫେରିବା ସମୟରେ ବହୁ ଶ୍ରମିକ ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାମରେ ପୁଲିସ ମାମଲା କରିଛି। ଏସବୁ ମାମଲା ପ୍ରତ୍ୟାହାର ଲାଗି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏକ ମାମଲାର ବିଚାର କରି ଏହି ନିର୍ଦେଶ ଦେଇଛନ୍ତି।
ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର / ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରୁ ଘରକୁ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କ ଯାତ୍ରା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସମସ୍ତ ଅବଶିଷ୍ଟ ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ପ୍ରକ୍ରିୟା ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଉଚିତ ବୋଲି ଏଥିରେ କୁହାଯାଇଛି।
ଅନୁରୋଧ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ରେଳବାଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗାଇବ। ଅବଶିଷ୍ଟ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇବା ପାଇଁ ରାଜ୍ୟ ସରକାରମାନେ ୧୭୧ଟି ଟ୍ରେନ୍ ପାଇଁ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନେ ସେମାନଙ୍କ ରାଜ୍ୟରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକମାନଙ୍କର ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବେ ଏବଂ ତାଲାବନ୍ଦ ପୂର୍ବରୁ ସେମାନେ ଯେଉଁ କାର୍ୟ୍ୟରେ ନିୟୋଜିତ ଥିଲେ ତାହା ଉଲ୍ଲେଖ କରିବେ ଏବଂ କେନ୍ଦ୍ର ଓ ରାଜ୍ୟମାନଙ୍କୁ ଏହି ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପାଇଁ ଯୋଜନା ନିର୍ଦ୍ଦିଷ୍ଟ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାଛଡ଼ା ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଚାହାଁନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେବା ସହ ପୁନର୍ବାର କାର୍ଯ୍ୟ କରିବା ପୂର୍ବରୁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବାକୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ