ପ୍ରବାସୀ ଶ୍ରମିକଙ୍କୁ ପାଣି ଟୋପେ ଦେଲାନି ପ୍ରଶାସନ: ଶେଷରେ ନାଳ ପାଣି ପିଇଲେ ପ୍ରବାସୀ
ମୋହନଳା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନାରେ ରାଜ୍ୟସରକାରଙ୍କ ନିୟମକୁ ଫୁ କରିଲେ ଖୋଦ ପ୍ରଶାସନ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ପ୍ରବାସୀ ଶ୍ରମିକ ଚାଲି ଚାଲି ଯିବେ ନାହିିଁ କି ସାଇକିଲେରେ ମଧ୍ୟ ଯାଉଥିବା ପ୍ରବସୀ ଓଡ଼ିଆଙ୍କୁ ଗାଡ଼ି କରି ନିଜ ବ୍ଲକରେ ପହଞ୍ଚାଇବା ପାଇଁ କହିଛନ୍ତି । କିନ୍ତୁ ମୋହନାରେ ଏହାର ଓଲଟା ଦେଖିବାକୁ ମେଳିଛି, ୬ଜଣ ଶ୍ରମିକ ପ୍ରବସୀ ଓଡ଼ିଆ ଛତିଶଗଡ଼ରେ ଏକ କମ୍ପାନୀରେ କାମ କରୁଥିଲେ ତାଲା ବନ୍ଦ ଯୋଗୁଁ ସେମାନେ ନିଜ ଗାଁକୁ ଫେରୁଛନ୍ତି, ପାଖରେ ପଇସା ନଥିବାରୁ ସାଇକେଲରେ ଖୋର୍ଦ୍ଧାକୁ ବାହାରିଛନ୍ତି ହେଲେ ସେମାନେ ଗଜପତି ଜିଲ୍ଲା ମୋହନା ବ୍ଲକ ନିକଟସ୍ଥ କମଳାପୁରରେ ଥିବା ତନଖି ଫାଟକ ନିକଟରେ ପଞ୍ଚିଥିଲେ, ହେଲେ ସେଠାରେ ତାଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସାହାର୍ଯ୍ୟ ସହଯୋଗ ମିଳିନଥିଲା ଏପରିକି ସେମାନଙ୍କୁ ପିଇବା ପାଇଁ ପାଣି ମଧ୍ୟ ଦିଆଯାଇନଥିଲା ଏବଂ ସେମାନଙ୍କୁ ଅଣଦେଖା କରାଯାଇଥିବା ପ୍ରବାସୀମାନେ କହିଛନ୍ତି । ଶେଷରେ ବହୁ କଷ୍ଟରେ ନାଳ ପାଣି ପିଇ ତପ୍ତପାଣି ଘଟି ଦେଇ ଫେରି ଛନ୍ତି । ଅନ୍ୟପଟେ ଗଜପତି ସୀମାରେ ଗେଟ ନ କରାଯାଇ ସୀମା ଠାରୁ ୩ କିମି ଦୂର କମଳାପୁରୁଗାଁ ନିକଟରେ କରାଯାଇଛି ଚେକ ପଷ୍ଟଏପରିକି ଏଇ ଗେଟରେ ପରିବା ଗାଡ଼ି ରେସନ ଗାଡିକୁ ର୍ଦୁୃବ୍ୟବହାର ହଉଥିବା ଡ୍ରାଇଭରମନେ ଅଭିଯୋଗ କରିଛନ୍ତି । କରୋନା ରୋଗକୁ ଯେତିକି ଭୟ ନାଇଁ ସେତକି ଭୟ ଲାଗୁଚି ପ୍ରଶାସନର ଏପରି କାର୍ଯ୍ୟକାଳପ ପାଇଁ ଏହା ଗଜପତି ଜିଲ୍ଲା ପାଇଁ ଅପମାନ ବୋଲିବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।


