ପ୍ରବୀଣ ତୁମେ ଗଲା ପରେ…ସ୍ମରଣିକା ଉନ୍ମଚିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ବିଶିଷ୍ଟ ନାଟ୍ୟକାର ମଞ୍ଚ ନିର୍ଦ୍ଦେଶକ କଳାକାର ପ୍ରବୀଣ ପଣ୍ଡା ଙ୍କ ସ୍ମୁତି ଉଦ୍ଦେଶ ରେ ପାରଳାଖେମୁଣ୍ଡିର କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ ସ୍ମରଣିକା ଉନ୍ମଚିତ ହୋଇଯାଇଛି । ସ୍ବର୍ଗତ ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର, ନିର୍ଦ୍ଦେଶକ, ସାଂସ୍କୃତିକ ସଂଗଠକ ଥିଲେ, ଆଜି ତାଙ୍କ ଚର୍ତୁର୍ଦାସହ ରେ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ, କାର୍ଯ୍ୟକ୍ରମ ର ସଭାପତି ତଥା ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ,ଗୁରୁ ରଘୁନାଥ ପାତ୍ର, କାଶୀନଗର ବ୍ଲକ୍ ଅଧ୍ୟକ୍ଷ ଚିଏଚ. ସିମାଦ୍ରି, କ୍ରିଏଟିଭ ଆର୍ଟସ୍ ସମ୍ପାଦକ ମୋନୋଜ୍ ପାଢ଼ୀ, ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ବିନୋଦ ଜେନା, ପ୍ରବୀଣ ଙ୍କ ଭାଇ ପ୍ରମୋଦ ପଣ୍ଡା ଓ ପ୍ରଭାକର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କଳାକାର ମାନେ ପ୍ରବୀଣ ଙ୍କ ସ୍ମୁତିଚରଣ କରିଥିଲେ କାର୍ଯ୍ୟକ୍ରମ ରେ ଶହ ଶହ କଳାକାର ଉପସ୍ଥିତି ଥିଲେ। କ୍ରିଏଟିଭ ଆର୍ଟସ୍, ସମଲେଇ ନୃତ୍ୟ କଳା ପରିଷଦ, ନଟରାଜ ଡେନସ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ