ପ୍ରବୀର ପାଇଲେ ଅତି ଉତ୍କୃଷ୍ଟ ସେବା ସମ୍ମାନ
ନିମାପଡ଼ା, (ସନ୍ତୋଷ ଦାଶ):ଭାରତ ସରକାରଙ୍କ କେନ୍ଦ୍ରୀୟ ସୁରକ୍ଷା ବଳ ରେ କାର୍ଯ୍ଯରତ ଉପ ପଦାଧିକାରୀ ପ୍ରବୀର କୁମାର ପାତ୍ର ଓଡ଼ିଶା ରାଜ୍ୟ ପାଇଁ ଆଉ ତାଙ୍କ ଅଞ୍ଚଳ ପାଇଁ ଏକ ଗୌରବ ଆଣି ଦେଇଛନ୍ତି। ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ନିକଟସ୍ଥ ଜଙ୍ଗଲବୋରୀ ଗ୍ରାମ ପଞ୍ଚାୟତ ଜଙ୍ଗଲବୋରୀ ଗ୍ରାମ ର ସ୍ୱର୍ଗତ ବ୍ରହ୍ମାନନ୍ଦ ପାତ୍ର ଙ୍କ ସୁପୁତ୍ର ପ୍ରବୀର କୁମାର ପାତ୍ର ଦେଶ ପାଇଁ ସମର୍ପଣ ଏବଂ ଅତୁଳନୀୟ ସେବା ପାଇଁ ଭାରତ ସରକାର ଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କ ଦ୍ଵାରା ଅତି ଉତ୍କୃଷ୍ଟ ସେବା ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ପ୍ରବୀର ଓଡିଶା ର ସମ୍ମାନ କୁ କେନ୍ଦ୍ର ରେ ଆଉ ଏକ ପାଦ ଆଗକୁ ନେଇଛନ୍ତି। ପ୍ରବୀର ଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ଆଉ ଗର୍ବିତ ହୋଇ ପଡ଼ିଛି ଆମ ଗାଁ ମାଟି ନୟାହାଟ ଅଞ୍ଚଳ ବୋଲି କହିଛନ୍ତି ପ୍ରବୀର ଙ୍କ ଦାଦା ପ୍ରଭାତ କୁମାର ପାତ୍ର। ପ୍ରବୀର ସମ୍ମାନୀତ ହେବା ଜଣାପଡ଼ିବା ପରେ ତାଙ୍କ ପରିବାର କୁ ଶୁଭେଶ୍ଚା ଓ ଅଭିନନ୍ଦନ ର ସୁଅ ଛୁଟିଛି।


