ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ
ନିମାପଡ଼ା (ସନ୍ତୋଷ ଦାଶ ) ରାଜ୍ୟରେ ଭାଜପା ଦଳର ନୂଆ ସରକାର ଗଠନ ହେବା ପରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ,
ଉପ ମୁଖ୍ୟମନ୍ତ୍ରୀ ମାନେ ଶପଥ ଗ୍ରହଣ କରିଛନ୍ତି। ନିମାପଡା ବିଧାନସଭାର ନବ ନିର୍ବାଚିତା ବିଧାୟିକା ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ତାଙ୍କ ଜନ୍ମମାଟି ନୟାହାଟ ନିକଟସ୍ଥ ନିଆଳି ବ୍ଲକର ନିଭରଣ ଗାଁ ଓ ସେ ପାଠ ପଢିଥିବା ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି।ପ୍ରଭାତୀ ଆଜି ଉପ ମୁଖ୍ୟମନ୍ତ୍ରୀ ହୋଇ ଆମ ଗାଁକୁ ସାରା ରାଜ୍ୟ ରେ ପ୍ରସିଦ୍ଧି କରିପାରିଛନ୍ତି। ତାଙ୍କ ପାଇଁ ଆମ ଗାଁ ମାଟି ଆଜି ଧନ୍ୟ ହୋଇଯାଇଛି। ସେ ଉପ ମୁଖ୍ୟମନ୍ତ୍ରୀ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ତାଙ୍କ ଗାଁର ପଡୋଶୀ ଚିତ୍ରସେନ ମଲ୍ଲିକ। ତାଙ୍କ ପାଦ ଆମ ଗାଁରେ ପଡ଼ିଲେ ଆମେ ନିଜକୁ ଧନ୍ୟ ମନେ କରିବୁ। ଥରେ ଜନ୍ମ ମାଟି ନିଭରଣ ଗାଁକୁ ବୁଲି ଆସିବାକୁ ଆମ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରୁଛୁ ବୋଲି କହିଛନ୍ତି ତାଙ୍କ ପଡ଼ୋଶୀ ନିରଞ୍ଜନ ଦିକ୍ଷୀତ। ସେହିପରି ପ୍ରଭାତୀ ପରିଡ଼ା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏହା ଆମ ବିଦ୍ୟାଳୟ ପାଈଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ପ୍ରଭାତୀ ପାଠ ପଢିଥିବା ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି। ଉପ ମୁଖ୍ୟମନ୍ତ୍ରୀ ଥରେ ଆମ ବିଦ୍ୟାଳୟ କୁ ପରିଦର୍ଶନ କରିବାକୁ ଆସନ୍ତୁ ବୋଲି ସେ ଅନୁରୋଧ କରିବା ସହିତ ବିଦ୍ୟାଳୟ ଖୋଲିଲେ ଆମ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ, ଶିକ୍ଷକ,
ଶିକ୍ଷୟତ୍ରୀ ଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଯାଇ ତାଙ୍କୁ ଶୁଭେଶ୍ଚା ଓ ଅଭିନନ୍ଦନ ଜଣାଇବୁ ବୋଲି କହିଥିଲେ।


