ପ୍ରଭାବିତ ଜିଲ୍ଲାରେ ଖାତା ମୂଲ୍ୟାୟନ ବନ୍ଦ
ଭୁବନେଶ୍ୱର (ଯୁଗାଦ୍ଧ ନ୍ୟୁଜ୍: ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ କାଲିଠୁ +୨ ମୂଲ୍ୟୟାନ ବନ୍ଦ ରହିବ । କିନ୍ତୁ ପ୍ରଭାବିତ ହେବାକୁ ନଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରିଚାଲୁ ରହିବ । ୪ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରିବର୍ତ୍ତି ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ । ପୁରୀଠାରୁ ୩୬୦ କିମି ଦୂରରେ ରହିଛି ‘ଫୋନି’ । ଆସନ୍ତାକାଲି ସକାଳ ୬ରୁ ୧୦ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଏହା ପୁରୀର ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିମି ବି ହୋଇପାରେ । ‘ଫୋନି’ର ପ୍ରଭାବ ପୁରୀ, ଜଗତସିଂହପୁର, କେନ୍ଦ୍ରପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ସମେତ ଗଞ୍ଜାମ ଉତ୍ତରାଞ୍ଚଳରେପଡ଼ିବ । ସେହିପରି କଟକ, ଯାଜପୁର, ନୟାଗଡ଼, ମୟୂଭଞ୍ଜ,କେନ୍ଦୁଝର ଓ ଢ଼େଙ୍କାନାଳରେ ମଧ୍ୟ ବାତ୍ୟା ଅନୁଭୂତ ହେବ ବୋଲି ସିଇସିର ନିର୍ଦ୍ଦେଶକ ଡ.ଶରତଚନ୍ଦ୍ର ସାହୁ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏହିସବୁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।