ପ୍ରଭାସଙ୍କ ପାଇଁ ଚପଲ ମାଡ଼ ଖାଇଥା’ନ୍ତେ ଚଙ୍କି ପାଣ୍ଡେ

ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେ ଦର୍ଶକଙ୍କ ପାଖରେ ଜଣେ କମେଡିଆନ୍ ଭାବରେ ପରିଚିତ । ମଜାଳିଆ କମେଡି କରି ସେ ଫିଲ୍ମରେ ଲୋକଙ୍କୁ ହସାଇଥାନ୍ତି । ଚଙ୍କିଙ୍କୁ ସଞ୍ଜୟ ଦତ୍ତଙ୍କ ଫିଲ୍ମ “ପ୍ରସ୍ଥାନମ୍’ ଓ ପ୍ରଭାସଙ୍କ ଫିଲ୍ମ “ସାହା’ରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି । “ସାହା’ରେ ସେ ଦେବରାଜ ଚରିତ୍ରରେ ଅଭିନୟ କରିଥିଲେ ।
ନିକଟରେ ଏକ ସାକ୍ଷାତକାରରେ ଚଙ୍କି ନିଜର ଏକ ଅନୁଭୂତିକୁ ଶେଆର୍ କରି କହିଛନ୍ତି, ବାହୁବଳୀ ପ୍ରଭାସଙ୍କ ପାଇଁ ସେ ଜଣେ ଆଣ୍ଟିଙ୍କଠାରୁ ମାଡ଼ ଖାଇବାରୁ ଅଳ୍ପକେ ବର୍ତ୍ତିଛନ୍ତି । ତେବେ ଏହାର ପ୍ରକୃତ କାରଣ ଜାଣିଲେ ଆପଣ ନ ହସି ରହିପାରିବେ ନାହିଁ ।
ଚଙ୍କି କହିଛନ୍ତି, “ନିକଟରେ ମୁଁ ଏକ ସ୍ଥାନକୁ ଯାଇଥିଲି । ସେଠାରେ ପହଞ୍ଚିବା ପରେ ଜଣେ ଆଣ୍ଟି ଚପଲ ଧରି ମାତେ ମାରିବା ପାଇଁ ଆସିଲେ । ମୁଁ ତାଙ୍କୁ ଏହାର କାରଣ ପଚାରିଥିଲି । ସେ ଆଣ୍ଟି ଯେଉଁ ଉତ୍ତର ଦେଇଥିଲେ, ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ଆଣ୍ଟି ଜଣକ କହିଥିଲେ, ତୁମେ ମୋର କିଛି କରିନାହଁ, କିନ୍ତୁ ତୁମେ ଫିଲ୍ମରେ ବାହୁବଳୀ ପ୍ରଭାସର ଗଳାକୁ ଚିପି ଧରିଥିଲ । ତୁମେ ଜଣେ ଖରାପ ଲୋକ । ଆମେ ତୁମକୁ ପ୍ରଥମରୁ ପସନ୍ଦ କରୁଥିଲୁ । ତୁମେ ଏବେ ଖରାପ ହୋଇଯାଇଛ ।’ ପ୍ରଭାସଙ୍କ ପାଇଁ ଚଙ୍କି ମଡ଼ ଖାଉ ଖାଉ ଅଳ୍ପକେ ରକ୍ଷା ପାଇଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି ।
ଆଗକୁ ରିଲିଜ୍ ହେବାକୁ ଥିବା ଫିଲ୍ମ “ହାଉସଫୁଲ୍ ୪’ରେ ଚଙ୍କିଙ୍କ ଅଭିନୟ ଦେଖିବାକୁ ମିଳିବ । ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବା ପରେ ଚଙ୍କି ଲୋକଙ୍କୁ ପୁଣିଥରେ ହସାଇବାକୁ ନିଷ୍ପତ୍ତି ନେଇଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । ଏଥିରେ ଅକ୍ଷୟକୁମାର, ଋତେଶ ଦେଶମୁଖ ଓ ବବି ଦେଓଲଙ୍କ ଅଭିନୟ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ