ପ୍ରଭୁ ଶ୍ରୀରାମଲାଲା ଙ୍କ ଲାଗି ସହର ଠାରୁ ପୁର ପଲ୍ଲୀ ଉତ୍ସବମୁଖର ପ୍ରଦୀପ ପ୍ରଜ୍ବଳନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବହୁ ପ୍ରତୀକ୍ଷାର ଅନ୍ତ ଘଟି ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯଜମାନ ରେ ସମ୍ପନ୍ନ ହୋଇଯାଇଛି।ଏହି ଅବସରରେ ସାନଖେମୁଣ୍ଡି ବ୍ଲକ୍ ସହର ଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ଏହି ଆବସରରେରା ଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁର ଗ୍ରାମ ନୂଆଁ ସାହି,ବଡ଼ ଦାଣ୍ଡ ରାଧାକୃଷ୍ଣ ମଣ୍ଡପରେ ସୋମବାର ସନ୍ଧ୍ୟାରେ ବଜରଙ୍ଗ ଦଳ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ରଖି ଭବ୍ୟ ପୂଜାର ଆୟୋଜନ କରାଯାଇଥିଲା। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ସ୍ଵର୍ଣ୍ଣିମ ଦିବସର ସ୍ମରଣୀୟ ଉଦ୍ଦେଶ୍ୟରେ ଗ୍ରାମର ପ୍ରତ୍ୟେକ ମହିଳା ମା ମାନେ ପ୍ରାତଃ ରୁ ସ୍ନାନ କରି ଘର ସମ୍ମୁଖରେ ଜୟ ଶ୍ରୀରାମ ନାମ ଝୋଟି ଆଙ୍କି ଗୃହ ପ୍ରବେଶ ଦ୍ଵାରରେ ଶୁଭ କଳସ ସ୍ଥାପନ କରିଥିଲେ।ଏହି ପରିପ୍ରେକ୍ଷୀରେ ଗ୍ରାମର ମାଆ ମାନେ ଜଗତର କଲ୍ୟାଣ ପାଇଁ ପ୍ରଭୁ ଶ୍ରୀରାମଙ୍କ ଶରଣରେ ସମର୍ପିତ ମନୋଭାବରେ ବ୍ରତ ପାଳନ କରି ମଧ୍ୟାହ୍ନ ଯାଏଁ ଉପବାସ ରହିଥିଲେ। ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ମଧ୍ୟାହ୍ନ ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ପରେ ଗ୍ରାମର ବ୍ରତଧାରି ରାମଭକ୍ତ ଉପବାସ ଭଙ୍ଗ କରି ପରିବାରବର୍ଗ ଙ୍କ ସହ ଶୁଦ୍ଧ ଶାକାହାରୀ ଭୋଜନ ଆହୋରଣ କରିଥିଲେ।ସେହିପରି ସନ୍ଧ୍ୟା ସମୟରେ ଗ୍ରାମ ରେବିଜେ ରାଧାକୃଷ୍ଣ ମଣ୍ଡପରେ ୩୦୨୧ ଦୀପ,ନୂଆଁ ସାହିରେ ୨୦୨୪ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ପାଟପୁର ଗ୍ରାମରେ ଭଜନ କୀର୍ତ୍ତନ ରାମ ନାମରେ ସାହି ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଭକ୍ତ ଙ୍କ ସ୍ତାନେ ସ୍ତାନେ ସୁଜି ହାଲୁଆ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା।ଏହି ସମୟରେ ଜୟ ଶ୍ରୀରାମ ନାରା ରେ ଶଙ୍ଖ ଧ୍ବନି,ହୁଳହୁଳି,ଘଣ୍ଟ ମୃଦଙ୍ଗ ତାଳରେ ପୁରା ପ୍ରକମ୍ପିତ ହୋଇ ଗ୍ରାମବାସୀ ଭକ୍ତିଭାବ ମୟ ହୋଇଥିଲା।ପରବର୍ତ୍ତୀ ସମୟରେ ଦୀପ ପ୍ରଜ୍ବଳନ ପରେ ଗ୍ରାମରେ ପ୍ରସାଦ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏମ,ଚିନ୍ମୟ ରେଡ୍ଡୀ ରାଜକିଶୋର ପ୍ରଧାନ,ରାଘବ ପ୍ରଧାନ,ଶୁଭମ ସ୍ୱାଇଁ,ପ୍ରଦୀପ ସ୍ୱାଇଁ,ଆଦର୍ଶ ସ୍ୱାଇଁ,ଜୟସେନ୍ ସାହୁ,କରୁଣାକର ପ୍ରଧାନ,କିଶିନା ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିବା ବେଳେ ନୂଆଁ ସାହି ପକ୍ଷରୁ ରବୀନ୍ଦ୍ର ସ୍ବାଇଁ,ମିଥୁନ କୁମାର ସ୍ୱାଇଁ,ପ୍ରଭାକର ପ୍ରଧାନ,ଅନିଲ ରାଉତ,ସାଗର ରାଉତ,ଚିଣ୍ଟୁ ଗୌଡ଼,ମୋହନ ଗୌଡ଼ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ