ପ୍ରମିଳା ବିଶୋୟୀଙ୍କୁ ସାଂସଦ ଟିକେଟ କେତେ ଯଥାର୍ଥ

ଆମ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଓଡ଼ିଆରେ ପ୍ରଥମ ଶ୍ରେଣୀ ପାସ୍ କରିପାରି ନାହାଁନ୍ତି । ଆଇଏଏସ୍. ସଏଏସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଓଡ଼ିଆରେ ୭ମ ଶ୍ରେଣୀ ପାସ୍ କରିବାର ବାଧ୍ୟତାମୂଳକ । ମୋର ମନେ ଅଛି ୧୯୬୨ରେ ଆମେ ନୂଆ ନୂଆ •କିରୀ କଲାବେଳେ ଆମେ ଓଡ଼ିଆ ମାଧ୍ୟମରେ ପଢିଥିଲେ ମଧ୍ୟ ଓଡ଼ିଶାରେ ୭ମ ଶ୍ରେଣୀ ପାଶ୍ କରିଛ ବୋଲି ପ୍ରମାଣ ଦେବାକୁ ପଡ଼ିଥିଲା । କିନ୍ତୁ ଜଣେ ଜନନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏସବୁ ଆଇନ୍ ନାହିଁ କାହିଁକି ବୁଝି ହୁଏନା । ସେମାନେ ରାଜ୍ୟ ବା ଦେଶକୁ ବିନା ଜ୍ଞାନରେ ବା ବିନା ଶିକ୍ଷାରେ ପରି•ଳନା କରିପାରିବେ । ଆମ ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଶାସନରେ ଓଡ଼ିଆରେ ୮ମ ଶ୍ରେଣୀର ଜ୍ଞାନ ଆହରଣ କରିପାରିଲେ ନାହିଁ । ଏଣୁ ସେ ଜଣେ ୩ୟ ଶ୍ରେଣୀ ପାସ୍ କରିନଥିବା ଗୃହିଣୀଙ୍କୁ ସାଂସଦ ଟିକେଟ ଦେଇଦେଲେ । ସେ ଭଉଣୀଙ୍କ ବିରୋଧରେ ଆମର କିଛି କହିବାର ନାହିଁ । ସେ ସାମାଜିକସ୍ତରରେ ଭଲ କାମ କରିଛନ୍ତି, ତାଙ୍କୁ ସେଥିପାଇଁ ଧନ୍ୟବାଦ । ଓଡ଼ିଶାରେ ଏପରି ଅନେକ ଏନ୍ଜିଓ ତଥା ସରକାରୀସ୍ତରରେ କାମ କରୁଥିବା ଉଚ୍ଚଶିକ୍ଷିତା ମହିଳା ଅଛନ୍ତି । ମହିଳା, ଶିଶୁ ତଥା ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳାମାନଙ୍କ ବିକାଶ ପାଇଁ ସେମାନେ କାମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏପରି ଜଣେ ଯୋଗ୍ୟ ମହିଳା କ’ଣ ନବୀନଜୀଙ୍କର ହେଲାନାହିଁ? ପ୍ରମିଳା ବିଶୋୟୀ ତାଙ୍କ ନୋମିନେଶନ ସମୟର ମଧ୍ୟ ବୟସାଧିକ ଯୋଗୁଁ ଢୁଳାଇ ପଡ଼ୁଥିବା ଓ ଶପଥପାଠ ସମୟରେ ଓଡ଼ିଆ ଠିକ୍ ଭାବରେ ପଢିପାରୁ ନଥିବା ଓ ଟିଭିର ନ୍ୟୁଜ୍ଫ୍ୟୁଜ୍ରେ ଦେଖିବାକୁ ମିଳିଥିଲା । ସେ ମହାଶୟା ଅଳ୍ପ ଶିକ୍ଷିତ ହୋଇ ମଧ୍ୟ ନିଜର ଦକ୍ଷତା ହେତୁ ସ୍ୱୟଂ ସହାୟ ଗୋଷ୍ଠୀମାନ ଗଠନରେ ସହାୟକ ହୋଇଛନ୍ତି । ସେ ସବୁ ଯୋଗ୍ୟତାକୁ ଭୁଲିକରି ତାଙ୍କୁ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରାଯାଇ ପାରିଥାନ୍ତା । ଆମ ସମ୍ବିଧାନ ୧୯୫୦ ମସିହାରେ ତିଆରି ହେଲାବେଳେ ଆମ ଦେଶରେ ୫୦ଭାଗରୁ ଅଧିକ ନିରକ୍ଷର ଓ ଅଳ୍ପ ଶିକ୍ଷିତ ଥିବା ହେତୁ ଜନ ପ୍ରତିନିଧିମାନଙ୍କ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇନଥିଲା । ଏ ନେଇ ଦେଶର ଅଗଣିତ ସାମାଜିକ ଅନୁଷ୍ଠାନ ତଥା କର୍ମୀ, ବିଧାନସଭା ଓ ଲୋକସଭା, ରାଜ୍ୟସଭା ସଭ୍ୟପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍ରେ ଗ୍ରାଜୁଏସନ କରିବା ପାଇଁ ଦୀର୍ଘଦିନ ଧରି ଦାବୀ କରି ଆସୁଛନ୍ତିି । ଜଣେ ସାଂସଦ ୨ୟ/୩ୟ ଶ୍ରେଣୀ ପାଠ ପଢିଥିବା ବେଳେ ଲୋକସଭାର ଆଲୋଚନା ସମୟରେ ନିଜକୁ କିପରି ଅନ୍ୟ ସଭ୍ୟ/ସଭ୍ୟାଙ୍କ ସହ ଖାପ୍ ଖୁଆଇ ପାରିବେ ଓ ଓଡ଼ିଶାର ଦାବୀକୁ ଉପସ୍ଥାପନ କରିବାରେ ସହାୟିକା ହେବେ ଆମେ ବୁଝିପାରୁନୁ । ସେ ନିର୍ବାଚନ ଜିତନ୍ତି, ୧ମ ଥର କିମ୍ବା ୨ୟଥର ସେ ମହାଶୟା ତାଙ୍କର କର୍ମ କୁଶଳତା ବିଷୟରେ କିଛିଟା କହି ତାଙ୍କ ସମ୍ମାନାର୍ଥେ କିଛିଟା କରତାଳି ଅବଶ୍ୟ ପାଇବେ । କିନ୍ତୁ ଓଡ଼ିଶାର ଦାବି ହାସଲ କରିବାକୁ ସେ କ’ଣ କରିପାରିବେ, ଆମକୁ ସେ ସମୟକୁ ଅପେକ୍ଷା କରିବାକୁ ପଡ଼ିବ । ଲୋକସଭାରେ କିଛିଟା ଯୁକ୍ତି ରଖିବାକୁ ତାଙ୍କୁ ଅନ୍ୟ କାହାରା ସାହାଯ୍ୟ ନେବାକୁ ପଡ଼ିବ । କିନ୍ତୁ ଉକ୍ତ ଯୁକ୍ତିକୁ ଲୋକସଭାରେ କେତେ ସ୍ପଷ୍ଟ ଭାବରେ ପରିବେଷଣ ଓ ଉପସ୍ଥାପନା କରିବେ, ତାହା ଦେଖିବାକୁ ରହିଲା । ମୁଖ୍ୟମନ୍ତ୍ରୀଙ୍କ ‘ମହିଳାମାନଙ୍କୁ ସମ୍ମାନ’ର ଏକ ଫମ୍ପା ଆବାଦକୁ ପ୍ରତିଷ୍ଠା କରିବା ପାଇଁ ଏ ଅପ ପ୍ରଚେଷ୍ଟା ନେବେ ହେଲେ ରାଜ୍ୟ ତଥା ଦେଶ ସ୍ୱାର୍ଥରେ ଆସିବନି । ପରନ୍ତୁ ଆନ୍ତର୍ଜାତୀୟସ୍ତରରେ ଏହା ପ୍ରମାଣ କରିବ ଯେ, ଆମ ଦେଶର ସାଂସଦ ମଧ୍ୟ ଅଳ୍ପ ଶିକ୍ଷିତ ବା ନିରକ୍ଷର ହୋଇପାରନ୍ତା । ଦେଶ ସ୍ୱାଧୀନ ହେବାରା ୭୧ବର୍ଷ ପରେ ମଧ୍ୟ ଆମେ ଇଂରେଜ ଅମଳରେ ଥିବା ଯେଉଁ ନିରକ୍ଷରକୁ ସେଇ ନିରକ୍ଷରର ଅଚ୍ଛା ‘ସ୍ୱାଧୀନ ଭାରତ ଜିନ୍ଦାବାଦ’, ‘ଆମ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ’ ।
ଜଣେ ବରିଷ୍ଠ ନାଗରିକ
ମୋ : ୯୪୩୭୦୧୫୨୦୧
ଆଇଆରସି ଭିଲେଜ, ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ