ପ୍ରମୁଖ ସଚିବଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ପୋଲସରା,(ଅନିଲ କୁମାର ମହାରଣା): ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଡିସେମ୍ବର ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଛତ୍ରପୁର ଅନସ୍ଲୋ ଅନୁଷ୍ଠାନ ପରିଦର୍ଶନ କାର୍ଯ୍ୟ ଶେଷକରି ଅପରାହ୍ନରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବାକୁ ଆସିଥିଲେ। ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାରା ଭାରତ ବର୍ଷରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସାରା ରାଜ୍ୟରେ ଏହା କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରମୁଖ ସଚିବ ଶ୍ରୀ ସାହୁ ଏହି ଶିକ୍ଷାନୁଷ୍ଠାନ କିପରି ଆହୁରି ଆକର୍ଷଣୀୟ ହୋଇ ପାରିବ ତାହା ଅନୁଧ୍ୟାନ କରିବାକୁ ପରିଦର୍ଶନ କରିବାକୁ ଆସିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଭା ଗୃହରେ ପ୍ରମୁଖ ସଚିବ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ କୁମାର ମିଶ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ସ୍ମିତା ନାଏକ, ପୋଲସରା ବିଇଓ ତ୍ରିଲୋଚନ ତ୍ରିପାଠୀ, ଏବିଇଓ ସ୍ୱରୁପ କୁମାର ପାତ୍ର ଓ ବାଳକୃଷ୍ଣ ପାତ୍ରଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ପ୍ରମୁଖ ସଚିବ ଶ୍ରୀ ସାହୁ ହାତୀଓଟରୁ ତାରାତାରିଣୀ ମନ୍ଦିର ପରିଦର୍ଶନକରି ଭୁବନେଶ୍ବର ଫେରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ