ପ୍ରରଣା ଗ୍ରୀନ ଆର୍ମିର ଜିଲ୍ଲା, ବ୍ଲକ, ପଞ୍ଚାୟତ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଆବେଦନ କରିବାକୁ ଅନୁରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଆଦି ଏପରି ଏକ ଭୟଙ୍କର ସ୍ଥିତିରେ ପହଞ୍ôଚଛି ଯେ, ଏଥିରୁ ମୁକ୍ତି ପାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି । ତେଣୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଦେଶ, ବିଦେଶ ତଥା ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣର କାର୍ଯ୍ୟକ୍ରମ ଚାଲୁରହିଛି । ଓଡ଼ିଶାରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲା କମାଣ୍ଡାଣ୍ଟ, ବ୍ଲକ କମାଣ୍ଡାଣ୍ଟ, ପଞ୍ଚାୟତ କମାଣ୍ଡାଣ୍ଟ ଓ ପୌର ପରିଷଦର କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଆବେଦନ କରିବାକୁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଯେଉଁମାନେ ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରିବେ, ସେମାନେ ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପ୍ରେରଣା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଶ୍ରେୟାସ୍ମୃତି ମହାନ୍ତିଙ୍କ ସହ ଫୋନ୍ ନମ୍ବର ୯୯୩୭୨୪୮୨୨୭ ସହ ଯୋଗାଯୋଗ କରିପାରିବେ । ସେହିପରି ଯେଉଁମାନେ ଇ-ମେଲ୍ ଯୋଗେ ଆବେଦନ କରିବେ ସେମାନେ ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପ୍ରେରଣା ଗ୍ରୀନ ଆର୍ମି କ୍ୟାପ୍ଟେନ ଶ୍ରୀମାନ ଶାଶ୍ୱତଙ୍କ ସହ ଫୋନ୍ ନମ୍ବର ୯୫୫୬୪୭୧୮୦୪ ସହ ଯୋଗାଯୋଗ କରିପାରିବେ ।ଏଥିସହିତ ସିଧାସଳଖ ଭାବେ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, କମାଣ୍ଡାଣ୍ଟ ଇନ ଚିଫ୍, ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି କ୍ୱାର୍ଟର ନଂ-୨ଆରବି-୨/୮, ୟୁନିଟ-୮, ଗୋପବନ୍ଧୁ ଛକ, ଭୁବନେଶ୍ୱର-୧୨ ସହ ନିଜର ସମ୍ପୂର୍ଣ୍ଣ ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୃକ୍ଷରୋପଣ କ୍ଷେତ୍ରରେ ଥିବା ଅଭିଜ୍ଞତା ଓ ଏଥିପାଇଁ ପାଇଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନର ପ୍ରମାଣପତ୍ର ସହ ଆବେଦନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।