ପ୍ରଵାଦ ପୁରୁଷ ବିଜୁବାବୁଙ୍କର ୧୦୪ ଜୟନ୍ତୀ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର:ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୪ ତମ ଜୟନ୍ତୀ ମାର୍ଚ୍ଚ ୫ତାରିଖ ପଡୁଛି ଏହାକୁ ନେଇ ମୟୁରଭଞ୍ଜ ସଦର ବିଜୁ ଜନତା ଦଳ ନବ ନିଯୁକ୍ତ ସଭାପତି ବରିଷ୍ଠ ବିଜେଡି ନେତା କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ବରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକ ବିଶାଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ମୁନସିପାଲଟି ବିଜେଡି ପ୍ରଭାରୀ ତଥା ମୋରଡା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଁସଦା, ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି କବି, ଜୀମୂତକାନ୍ତୀ କବି, ସରକାରୀ ଏପିପି ପଙ୍କଜ ଦାସ, ଉମାକାନ୍ତ ମହାନ୍ତି ରତିକାନ୍ତ ପରୀକ୍ଷା,ଜଲେନ ନାଏକ, ଅଭିଷେକ ପଟ୍ଟନାୟକ,ତନୁଜା ମହାନ୍ତ,ଗଣେଶ ମିଶ୍ର,ଦିପ୍ତୀମାନ ବଳ ପ୍ରମୁଖ ,ସାଜିଦ ହୁସେନଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଏବଂ କର୍ମୀ ସାମିଲ ହୋଇ ବିଜୁ ଜୟନ୍ତୀ,ମହିଳା ସମାବେଶ ଏବଂ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ପ୍ରାଣରେ ସଫଳ କରିବା ପାଇଁ ମତ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ