ପ୍ରଶାନ୍ତଙ୍କ ଉପରେ ଭରସା କରିବେ ମମତା !

କୋଲ୍କାତା (ଏଜେନ୍ସି): ରାଜନୈତିକ ମହଲର ଧାରଣା ଏଥର ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ଦିଦି ଲହରକୁ ରୋକି ଦେଇଛି ମୋଦି ଲହର । ଏହାର ଏକମାତ୍ର କାରଣ ଦିଦି ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣକୌଶଳରେ ଏକାଧିକ ତ୍ରୁଟି । କେବଳ ସେତିକି ନୁହେଁ ଦିଦିଙ୍କର ମୋଦି ବିରୋଧୀ ଆକ୍ରମଣାତ୍ମକ ପ୍ରଚାର ପଶ୍ଚିମବଙ୍ଗର ଭୋଟରଙ୍କୁ କ୍ଷୁବ୍ଧ କରିବାରୁ ସେମାନେ ତୃଣମୂଳ କଂଗ୍ରେସ ବିରୋଧରେ ମତଦାନ କରିବାକୁ ବାଧ୍ୟ ହେଲେ । ମୋଦିଙ୍କ ବିଜେପି ପଶ୍ଚିମବଙ୍ଗର ୪୦ ଲୋକସଭା ଆସନ ମଧ୍ୟରୁ ୧୮ଟି ଛଡାଇ ନେଲା । ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦି ଲହର କାମ କରିଥିବାବେଳେ କେବଳ ପଶ୍ଚିମବଙ୍ଗରେ ମାତ୍ର ୨ଟି ଓ ଓଡିଶାରେ ୨୧ ଆସନ ମଧ୍ୟରୁ କଷ୍ଟେ ମଷ୍ଟେ ଗୋଟିଏ ଆସନ ଜିତିଥିଲା ବିଜେପି । ଏଥର ଉଭୟ ରାଜ୍ୟରେ ବିଜେପି ଭଲ ଫଳ କରିଛି । ଓଡିଶାରେ ବିଜେଡିକୁ ଟକ୍କର ଦେଇ ବିଜେପି ପ୍ରାର୍ଥୀମାନେ ୮ଟି ଆସନ ଛଡାଇ ନେଇଛନ୍ତି । ପଶ୍ଚିମବଙ୍ଗରେ ପ୍ରାୟ ଅଧେ ଆସନ ବିଜେପି ଖାତାକୁ ଚାଲିଯିବା ଓ ପରେ ପରେ ପୌର ନିର୍ବାଚନରେ ବିଜେପିର ଶତପ୍ରତିଶତ ସଫଳତା ଦିଦିଙ୍କୁ କେବଳ ବିଚଳିତ କରିନାହିଁ ୨୦୨୧ ବିଧାନସଭା ନିର୍ବାଚନକୁ ନେଇ ଗଭୀର ଚିନ୍ତାରେ ପକାଇ ଦେଇଛି । ୨୦୧୧ରେ ପଶ୍ଚିମବଙ୍ଗର ବାମପନ୍ଥୀ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କରି କ୍ଷମତାକୁ ଆସିଥିଲା ତୃଣମୂଳ । ୨୦୧୬ରେ ମଧ୍ୟ ମମତା ତାଙ୍କର ବିଜୟଧାରାକୁ ଅବ୍ୟାହତ ରଖିଥିଲେ । ଏବେ ଚିନ୍ତା ୨୦୨୧ରେ ଦଳ ଶାସନ କ୍ଷମତା ଅବ୍ୟାହତ ରଖିପାରିବ ତ? ବିଜେପିର ଜୟଯାତ୍ରାକୁ ରୋକିବାରେ ସଫଳ ହେବ ତ? ନା ତ୍ରିପୁରା ଅବସ୍ଥା ପଶ୍ଚିମବଙ୍ଗରେ ସୃଷ୍ଟି ହେବ । ଏହି ଚିନ୍ତାରେ ଦିଦି ଏବେ ନୂଆ ରଣକୌଶଳ ଆପଣାଇବାକୁ ଅଣ୍ଟା ଭିଡିଲେଣି । ଶୁଣିବାକୁ ମିଳିଲାଣି ଯେ ସେ ଜଣାଶୁଣା ନିର୍ବାଚନୀ ରଣକୌଶଳ ନିର୍ଦ୍ଧାରଣକାରୀ ପ୍ରଶାନ୍ତ କିଶୋରଙ୍କ ଉପରେ ଭରସା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ