ପ୍ରଶାନ୍ତ ମୁଦୁଲି ପ୍ରାର୍ଥୀତ୍ୱକୁ ନେଇ ନାଉଗାଁରେ ବିକ୍ଷୋଭ
ବାଲିକୁଦା-ଏରସମାର ଦୁଇ ଥର ବିଧାୟକ ଥିବା ପ୍ରଶାନ୍ତ ମୁଦୁଲିକୁ ବିଜେଡି ଦଳ ପକ୍ଷରୁ ଜଗତସିଂହପୁର ଆସନରୁ ପ୍ରାର୍ଥୀ ପାଇଁ ଘୋଷଣା ହୋଇଛି । ଏହି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପାଇଁ ଆଶ୍ରୟୀ ଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କୁ ବିରୋଧ କରି ନାଉଗାଁ ବଜାରର ବାଲିଉଇଁରୀ-ଶିଖରଘାଟ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭରେ ପ୍ରଶାନ୍ତ ମୁଦୁଲି ମୁର୍ଦ୍ଦାବାଦ, ଅମରେନ୍ଦ୍ର ଦାସ ଜିନ୍ଦାବାଦ କହି ନାରାବାଜି ଦେବା ସହିତ ଅମରେନ୍ଦ୍ରକୁ ପ୍ରାର୍ଥୀ କରା ନଗଲେ ନିର୍ବାଚନରେ ପ୍ରଶାନ୍ତ ମୁଦୁଲିକୁ ଅସହଯୋଗ କରାଯିବ ବୋଲି କହିଛନ୍ତି । ଏଥିରେ ବ୍ଲକ ବିଜେଡି ଯୁବ ଉପସଭାପତି ତାପସ ଦାସ,ତୁଷାରକାନ୍ତ ମହାନ୍ତି,ଜନ୍ମଜେୟ ନାୟକ,ଆଲୋକ ରାୟ,କାଳନ୍ଦି ନାୟକଙ୍କ ସମେତ ଶତାଧିକ ଯୁବ ଓ ଛାତ୍ର ବିଜେଡି କର୍ମୀମାନେ ସାମିଲ ଥିଲେ ।