ପ୍ରଶାସନକୁ ପ୍ରଶଂସା କଲେ ବିଷ୍ଣୁଚକ୍ର ଗ୍ରାମବାସୀ

ବୁଗୁଡା, (ଅନିଲ କୁମାର ମହାରଣା): କଥା ଅଛି ଘରର ମୁରବି ଯଦି ଉତ୍ତମ ବ୍ୟକ୍ତି ହୋଇଥାନ୍ତି ତେବେ ସେହି ପରିବାରର ସମସ୍ତ ସଦସ୍ୟଙ୍କ ବ୍ୟକ୍ତିତ୍ବ ନିଶ୍ଚିତ ଭାବେ ଭଲ ହୋଇଥାଏ। ବୁଗୁଡା ବ୍ଲକ କରୋନା ମୁକାବିଲା ପାଇଁ ନୋଡାଲ ଅଫିସର ହେଉଛନ୍ତି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର। ଶ୍ରୀ ପାତ୍ର ଯେପରି ସଚ୍ଚୋଟ ସେପରି କର୍ତ୍ତବ୍ୟ ପାରାୟଣ। ତାଙ୍କରି ନେତୃତ୍ୱ ଓ ପ୍ରେରଣା ପାଇଁ ବୁଗୁଡା ବ୍ଲକରେ କରୋନା ମୁକାବିଲା କାର୍ଯ୍ୟ ଅତି ଉତ୍ତମ ଭାବେ ପରିଚାଳିତ ହେଉଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଡ଼ିଓଙ୍କ ପ୍ରେରଣା ଓ ପାଣିକେଶ୍ୱର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ମାନଙ୍କ ସେବା ମନୋଭାବ ଯୋଗୁଁ ବୁଗୁଡା ବ୍ଲକ ବିଷ୍ଣୁଚକ୍ର ଗ୍ରାମର ସ୍ବେଚ୍ଛାସେବୀ ସୂର୍ଯ୍ୟନାରାୟଣ ପରିଡା,ନାରାୟଣ ମହାନ୍ତି ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ପ୍ରଶଂସା କରିଛନ୍ତି। ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରର ଦାୟୀତ୍ୱରେ ଥିବା ଭାଗବାନପୁର ପଞ୍ଚାୟତ ସରପଞ୍ଚ ସଶ୍ମିତା ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ମିଟୁ ଭାଇ, ପାଣିକେଶ୍ୱର ସ୍କୁଲ ପ୍ରଧାନ ଶିକ୍ଷକ କୁମୁଦ କୁମାର ନାୟକ,ସହକାରୀ ଶିକ୍ଷକ ବସନ୍ତ କୁମାର ନାୟକ,ମନୋଜ କୁମାର ମାଝୀ ଓ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସ୍କୁଲ ପରିବେଶକୁ ସାନିଟାଇଜ କରିବା ସହ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆ ଭାଇ ମାନଙ୍କୁ ଉତ୍ତମ ଖାଦ୍ୟ ପେୟ ଯୋଗାଉ ଥିବା ବିଷୟ ବିଷ୍ଣୁଚକ୍ର ଗ୍ରାମବାସୀ ଜାଣିପାରି ଆନନ୍ଦ ପ୍ରକଟ କରିବା ସହ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି ଏହି ପାଣିକେଶ୍ୱର ସଙ୍ଗରୋଧ ମୋଟ ୬୮ ପ୍ରବାସୀ ଓଡ଼ିଆ ଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ବିଷ୍ଣୁଚକ୍ର ଗ୍ରାମର ଅଟନ୍ତି। ସେମାନେ ନିଜ ଗ୍ରାମ ଲୋକଙ୍କୁ ମୋବାଇଲ ଯୋଗେ ସେମାନେ ରହିଥିବା ପାଣିକେଶ୍ୱର କେନ୍ଦ୍ର କର୍ମକର୍ତ୍ତା ବୃନ୍ଦଙ୍କ ଉତ୍ତମ ସେବା ଓ ଖାଦ୍ୟ ଯୋଗାଇ ଦେଉଥିବ ପ୍ରକାଶ କରିଥିଲେ। ବୁଗୁଡା ବ୍ଲକ ପ୍ରଶାସନ, ବୁଗୁଡା ତହସିଲ ପ୍ରଶାସନ ଓ ବୁଗୁଡା ପୋଲିସ ପ୍ରଶାସନର ଆନ୍ତରିକ ଉଦ୍ୟମ ଯୋଗୁଁ ବୁଗୁଡା ବ୍ଲକର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବା ପ୍ରବାସୀ ଓଡ଼ିଆ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଉଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ