ପ୍ରଶାସନଙ୍କ ଅବହେଳାରୁ ବ୍ରାହ୍ମୁଣୀଗାଁରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ୧୬ଟି କୋଠାର ନିର୍ମାଣ କାର୍ୟ୍ୟ ୧୧ ବର୍ଷପରେ ମଧ୍ୟ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇପାରୁ ନାହିଁ
।
ଦାରିଙ୍ଗବାଡ଼ି ,( ଯୁଗାବ୍ଦ ନ୍ୟୁଜ) :ବ୍ଲକ ବ୍ରାହ୍ମୁଣୀଗାଁ ଅଞ୍ଚଳର ୮ଟି ଗ୍ରାମ ପଞ୍ଚାୟତର ସାମଗ୍ରୀକ ବିକାଶରେ ସହାୟକ ହେବ ପାଇଁ ୨୦୦୮ ସାଲରେ ୧୮ଟି କୋଠାର ନିର୍ମାଣ କାର୍ୟ୍ୟ ସେହି ସମୟରେ ଜିଲ୍ଲାପାଳ ଡା.କ୍ରିସନା କୁମାରଙ୍କ ଚେଷ୍ଟାରେ ଆରମ୍ଭ ହୋଇଥିଲା । ୨୦୦୭ସାଲ ଡିସେମ୍ବର ମାସ୨୪ ଓ ୨୫ତାରିଖରେ ବ୍ରାହ୍ମୁଣୀଗାଁ ବଡ଼ଦିନ ପର୍ବକୁ କେନ୍ଦ୍ରକରି ସମ୍ପ୍ରଦାୟକ ଦଙ୍ଗା ହୋଇଥିଲା । ଏହା ଫଳରେ ଅନେକଙ୍କ ଧନ, ଘର, ଦୋକାନ ସହିତ ଦୁଇ ଜଣଙ୍କ ଯାଇଥିଲା । ଏହାପରେ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ପ୍ରବେଶ ଉକ୍ତ ଘଟଣା ଓ ଏହି ଅଞ୍ଚଳ ଦେଇ ଜିଲ୍ଲାକୁ କବଜା କରି ୨୦୦୮ସାଲରେ କନ୍ଧମାଳରେ ଭୟଙ୍କର ଦଙ୍ଗା ହେବ ସହ ମାଓବାଦୀ ପ୍ରବଣ ଜିଲ୍ଲାଭାବେ ଅନେକ ଘଟଣା ଚାଲୁରହିଥିଲା । ମୁଖ୍ୟ କରି ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ମାଓବାଦୀଙ୍କ କାର୍ୟ୍ୟକଳାପ ଚାଲିଲା । ଏହା ଫଳରେ ଜିଲ୍ଲାରେ ଜିଲାପାଳ ପରିବର୍ତନ ହୋଇ ନୂତନ ଜିଲ୍ଲାପାଳ ଭାବେ ଡା.କ୍ରିସନା କୁମାର କାର୍ୟ୍ୟଭାର ନେଇଥିଲେ । ଏହାପରେ ଜିଲ୍ଲାର ଏହି ସମସ୍ୟା ଦୂରରକରିବାକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ବିଭିନ୍ନ ପଦକ୍ଷେପ ନେଇଥିଲେ । ଏହି ସମୟରେ ବ୍ରାହ୍ମୁଣୀଗାଁ ଆଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବ୍ଲକ ଓ ତହସିଲ କାର୍ୟ୍ୟାଳୟ ଜରିଆରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ହତପାହାନ୍ତରେ ତଥା ଦାରିଙ୍ଗବାଡ଼ିକୁ ନଯାଇ ବ୍ରାହ୍ମୁଣୀଗାଁରେ ଲୋକଙ୍କୁ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀଙ୍କୁ ବ୍ରାହ୍ମୁଣୀଗାଁରେ ଥଇଥାନ କରି ବ୍ରାହ୍ମୁଣୀଗାଁକୁ ଏକ ମିନିବ୍ଲକ ଭାବେ କାର୍ୟ୍ୟକରିବାର ବ୍ୟବସ୍ଥା କରିବା ପାଇଁ ସଦ୍ଭଲକ୍ସବଗ୍ଦଗ୍ଧକ୍ସଙ୍କମଗ୍ଧଙ୍କକ୍ସ ନିର୍ମାଣ କରିବା ବ୍ୟୟ ବରାଦ କରିଥିଲେ । ଏଥିପାଇଁ ୧୮ଟି କୋଠା ନିର୍ମାଣ ପାଇଁ ୨୦୦୮-୯ ଆର୍ଥିକବର୍ଷରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ଜରିୟାରେ ନିର୍ମାଣ କାର୍ ଗୋଟିକୁ ୨ ଲକ୍ଷ ୮୫ ହଜାର ଟଙ୍କା ହିସାବରେ ୧୮ଟି କୋଠାର ନିର୍ମାଣ ନେଇ ୫୧ଲକ୍ଷ ୩୦ହଜାର ଟଙ୍କାର ବ୍ୟୟ ଅଟକଳ ମଞ୍ଜୁରୀ କରି ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା । ହେଲେ ୧୮ଟି କୋଠାରୁ ୨ଟି କୋଠାର ନିର୍ମାଣ କାର୍ୟ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା ବେଳେ ଅନ୍ୟ ୧୬ଟି କୋଠାର ନିର୍ମାଣ କାର୍ୟ୍ୟ ଅଧାପନ୍ତରିଆ ହୋଇ ବର୍ଷ ବର୍ଷଧରି ଠପ୍ ହୋଇ ରହିଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଶାସନ ଯୋଜନା କରିଥିଲେ ସେହି ଯୋଜନା କାଗଜ କଲମରେ ରହି ଯାଇଅଛି । ଏହା ଦ୍ୱାରା ବ୍ରାହ୍ମୁଣୀଗାଁ ଅଞ୍ଚଳ ଯଥା ପୂର୍ବମ୍ ଥଥା ପରମ୍ ହୋଇ ସମସ୍ୟା ମଧରେ ରହିଆସୁଅଛି । ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ଦାରିଙ୍ଗବାଡ଼ି ରହିଛି । ଯାହାର ୨୫ଟି ଗ୍ରାମ ପଞ୍ଚାୟତ ରହିଛି । ଏହାର ୮ଟି ଗ୍ରାମ ପଞ୍ଚାୟତ ବ୍ରାହ୍ମୁଣୀଗାଁ ଅଞ୍ଚଳରେ ଆଭ୍ୟନ୍ତରୀଣ ଇଲାକା ଭାବେ ରହିଛି । ଏହି ବିଷୟରେ ବିଡିଓ ତ୍ରିଲୋଚନ ପାତ୍ରଙ୍କ ସହ ଯୋଗାଯୋଗରେ ସେ କହିଛନ୍ତି ଯେ ଏହାର କାଗଜପତ୍ର ତଦାରଖ କରିବା ସହିତ କେଉଁ କାରଣରୁ ରହିଛି ତଦନ୍ତ କରି ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ । ଏଥିରୁ ଅନୁମେୟ ଜିଲ୍ଲା ପ୍ରଶାସନ ଉକ୍ତ ବ୍ଲକ ତଥା ବ୍ରାହ୍ମୁଣୀଗାଁ ଅଞ୍ଚଳପ୍ରତି କିଭଳି ଦୃଷ୍ଟି ଦେଇ କାର୍ୟ୍ୟ କରାଯାଉଛି । ଏଥି ପ୍ରତି ପ୍ରଶାସନ ପକ୍ଷରୁ କାର୍ୟ୍ୟାନୁଷ୍ଠାଠନ କରି ନିର୍ମାଣ କାର୍ୟ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଦାବୀ ହେଉଛି ।