ପ୍ରଶାସନର ଉପସ୍ଥିତିରେ ସମାଧାନ ବାଟ ନ ମିଳିବାରୁ ସାମାଜିକ ବାସନ୍ଦ ହୋଇ ଗ୍ରାମ ଛାଡ଼ିଲେ ପରିବାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲାରେ ଅନ୍ଧ ବିଶ୍ବାସ ରକୁ ପରିଣାମ ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳୁଛି ସାମାଜିକ ବାସନ୍ଦ । ଗତ କିଛି ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଏଭଳି ପରିସ୍ଥିତି ଦେଖିବାକୁ ପାଉଥିବା ବେଳେ ଆଜି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଏକ ପରିବାର ପ୍ରଶାସନର ଉପସ୍ଥିତିରେ ଆୟୋଜିତ ବୈଠକରେ କୈାଣସି ସମାଧାନ ବାଟ ନ ମିଳିବାରୁ ଆଜି ସାମାଜିକ ବାସନ୍ଦ ହୋଇ ଗ୍ରାମ ଛାଡିଥିବା ଜଣାପଡିଛି । ଏନେଇ ପରିବାର ଲୋକେ ନ୍ୟାୟ ଆଶାରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଖବର ପ୍ରକାରେ, ଏହି ଗ୍ରାମରେ ରହୁଥିବା କାଳୁଚରଣ ବେହେରା ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା ଏବଂ ଝିଅ ରୋଜାଲିନ ବେହେରା ପୂର୍ବରୁ ରହି ଆସୁଥିଲେ । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ କାଳୁଙ୍କ ଝିଅ ସରପଞ୍ଚ ପ୍ରାର୍ଥନୀ ଭାବେ ନିର୍ବାଚନ ଲଢିବା ସହ ପରାଜୟ ମଧ୍ୟ ହୋଇଥିଲେ । ଯାହାଫଳରେ ଗ୍ରାମବାସୀ ଏହାକୁ ଦୃଷ୍ଟିରେ ରଖି ଗତ ୨୫ ତାରିଖରେ ଗ୍ରାମରୁ ବାସନ୍ଦ କରିଥିଲେ । ଏପରିକି ନିଜ ଭାଇଙ୍କ ଭୋଜିରେ ଖାଇ ବସିଥିବା ସମୟରେ ଉଠାଇ ଆଣିବା ସହ ତାଙ୍କ ଭାଇଙ୍କୁ କାଳୁ ଓ ପରିବାର ସହ କୈାଣସି ସମ୍ପର୍କ ନ ରଖିବାକୁ କହିଥିଲେ । ଏଥିସହ ଗାଁ ରୁ ନିଆଁ ପାଣି ବାସନ୍ଦ କରିବା ସହ କୈାଣସି ଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି କହିଥିଲେ । ଯାହାଫଳରେ କାଳୁଙ୍କ ପରିବାର ଶୁକ୍ରବାର ଦିନ ବାଧ୍ୟ ହୋଇ ବ୍ରହ୍ମପୁର ଏସ୍ ପିଙ୍କ ସହ ଦେଖା କରିବା ସହ ନ୍ୟାୟ ପାଇଁ ଆବେଦନ କରିଥିଲେ । ଏହାପରେ ଏସ୍ ପି ଶ୍ରବଣ ବିବେକ ଏମ୍ ଏହାର ସମାଧାନ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସାମାଜିକ ବାସନ୍ଦ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ । ଯାହାଫଳରେ ଗତକାଲି ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା , ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୈବର୍ତ୍ତ ସମାଜର ତାଲୁକା ସଭାପତି , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ କୈାଣସି ସୁଫଳ ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ ବରଂ ତୋ ଝିଅ ଅନ୍ୟ ଜାତିରେ ବାହା ହୋଇଛି ଯାହା କୁଳ ସମାଜରେ ପ୍ରଭାବ ପଡ଼ୁଥିବା ଦର୍ଶାଇଥିବା ବାସନ୍ଦ ପରିବାରର ଅଭିଯୋଗ କରିଛନ୍ତି । ଏହି ଅବସରରେ ଆଜି କାଳୁଙ୍କ ମଝିଆ ଭାଇ ଦୁଇ ପୁଅର ବାହାଘର ରହିଥିଲେ ମଧ୍ୟ ନିରାଶ ହୋଇ ଗ୍ରାମରୁ ତଡ଼ା ଖାଇ ପୁଣି ନ୍ୟାୟ ଆଶାରେ ବ୍ରହ୍ମପୁର ଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ