ପ୍ରଶାସନର ଖାତିର ନାହିଁ
ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର ) ମୟୁରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅଧୀନରେ ଥିବା ରାଜାଲେକା ଗ୍ରାମପଞ୍ଚାୟତ ରେ ଏଭଳି ଏକ ଆଭାବନିୟ ଘଟଣା ଦେଖିବାକୁ ମିଳିଛି | ଅଞ୍ଚଳରେ ଥିବା ପ୍ରଭୂ ଶ୍ରୀରାମ ମନ୍ଦିର ର ଉନ୍ନତି ପାଇଁ ସାଂସଦ ତାଙ୍କ ପାଣ୍ଠି ରୁ ୪ଲକ୍ଷ୍ୟ ଅନୁଦାନ ଦେଇ ଥିଲେ କିନ୍ତୁ ସରକାରୀ ଜାଗାରେ ପାଖ ଗ୍ରାମର ଜଣେ ଵ୍ୟକ୍ତି ଦୋକାନ ଘର ଟି କିଛି ଦିନ ହେବ କରିଛନ୍ତି | କାମଟି ଠିକ ଭାବରେ କରିବା ପାଇଁ ମନ୍ଦିରର କମିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଥିଲେ, ଆଜି ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନରାଜ ମହାନ୍ତି, ସାରସକଣା ତହସିଲଦାର ମୋନଜକୁମାର କାର୍ଜୀ ଏବଂ ଝାରପୋଖରିଆ ପୋଲିସ ଅଧିକାରୀ ମାନେ ସମସ୍ତେ ଏକତ୍ରିତ ଭାବରେ ଆସି ଦେକାନ କରିଥିବା ଵ୍ୟକ୍ତିଙ୍କ ସାଙ୍ଗରେ ଆଲୋଚନା କରି ଦୋକାନ ଟିକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଦେଇଥିଲେ, କିନ୍ତୁ ଦୋକାନ ଗୃହଟି ନିର୍ମାଣ କରିଥିବା ବ୍ୟକ୍ତି ଜଣକ କହିଥିଲେ ଆପଣ ମାନେ କିଏ, ଆପଣ ମାନଙ୍କ କଥାରେ ମୁଁ କାହିଁକି ଜାଗାଟି ଛାଡ଼ିବି | ଉଦାହରଣ ସ୍ୱରୂପ:-ଦୋକାନ କରିଥିବା ବ୍ୟକ୍ତି ଜଣକ ଦର୍ଶାଇଥିଲେ ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ ଜାଗା ଅଞ୍ଚଳର ବହୁଲୋକ ମାଡି ବସିଛନ୍ତି | ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନନେଇ କେବଳ ମୋ ପ୍ରତି କାହିଁକି ? କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ ଆମେ ପର୍ଯ୍ୟାୟ କ୍ରମେ ସମସ୍ତ ସରକାରୀ ଜାଗା ବାହାର କରିବୁ ଏବଂ ସରକାରୀ ଜାଗାକୁ ମାଡ଼ିବସିଥିବା ଲୋକମାନଙ୍କ ବିରୁଦ୍ଧରେ ସରକାରଙ୍କ ହିସାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ | ଯେତେ ବୁଝାସୁଝା କରିଲେ ମଧ୍ୟ ଦୋକାନ କରିଥିବା ବ୍ୟକ୍ତି ଜଣକ କିଛି ବୁଝିନଥିଲେ ଏବଂ ଶେଷରେ ସରକାରୀ ବାବୁ ମାନଙ୍କୁ ଗାଳି ଗୁଲଜ କରି ସେଠାରୁ ବିଦା କରିଥିଲେ | ଦେଖିବାକୁ ବାକିରହିଲା ସରକାରୀ ବାବୁମାନେ ଆସିଥିବା ସାଂସଦଙ୍କ ଟଙ୍କା ଠିକ ଭାବରେ କାଯ୍ୟକାରୀ କରିପାରିବେତ ? ସରକାରୀ ଜାଗାରେ ମାଡ଼ିବସିଥିବା ଦୋକାନ ଗୃହଟି ଉଠିବତ ? ଅଞ୍ଚଳରେ ଥିବା କିଛି ବୁଦ୍ଧିଜୀବୀଙ୍କ ମନରେ ଏହିଭଳି ବହୁ ପ୍ରଶ୍ନ ଉଙ୍କି ମାରିଛି | ଆଗାମୀ ଦିନରେ ସରକାରୀ ବାବୁମାନେ କିଭଳି ପଦକ୍ଷପ ନେବେ ଦେଖିବାକୁ ବାକି ରହିଲା |