ପ୍ରଶାସନର ଦୃଷ୍ଟିଆଢୁଆଳରେ ରାଜ୍ୟ ପାରାସନ୍ତରଣରେ ସ୍ବର୍ଣ୍ଣ ପଦକ ହାସଲ କାରୀ ଯୁବକ
ଠାକୁରମୁଣ୍ଡା,(ଜିତେନ୍ଦ୍ର ରାଜ): ଅଦମ୍ୟ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁ ପରିସ୍ଥିତି ପରିସ୍ଥିତି ଯେଉଁଭଳି ହେଉନା କାହିଁକି କିଛି କରିଦେଖାଇବାର ଜିଦ ଆଗରେ ସଫଳତା ମୁଣ୍ଡ ନୂଆଇ ସ୍ୱାଗତ କରେ ଏଭଳି କିଛି କରି ଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ହାତୀଗଡା ଗ୍ରାମର ତୁରାମ ଶୟ ସେ ରାଜ୍ୟ ପାରା ସୁଇମିଂ ରେ ସ୍ବର୍ଣ୍ଣ ପଦକ ହାସଲ କରି ନିଜ ବ୍ଲକ ଠାକୁରମୁଣ୍ଡା ଓ ମୟୁରଭଞ୍ଜ ଜିଲ୍ଲାକୁ ଗୌରବ ଆଣିଥିଲେ କିନ୍ତୁ ସେ ଏବେ ନିଜ ଉଚ୍ଚ ଶିକ୍ଷା ଓ ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ରେ ଅର୍ଥ ବାଧକ ସାଜିଥିବାରୁ ଅସହାୟ ହୋଇପଡିଛନ୍ତି ଏଠାରେଉଲ୍ଲେଖ ଯୋଗ୍ୟ ଯେ ଠାକୁରମୁଣ୍ଡା ବ୍ଲକ ହାତୀଗୋଡା ଗ୍ରାମ ପଞ୍ଚାୟତ ର ରାଣୀଭୋଳ ଗ୍ରାମରେ ବାସ କରନ୍ତି ଭଞ୍ଜ ସୟ ଙ୍କ ପରିବାର।ଭଞ୍ଜ ସୟ ଙ୍କ ପରିବାରରେ ୩ ପୁଅ ଦିତ୍ବୀୟ ସ୍ତ୍ରୀଙ୍କୁ ନେଇ ବହୁ ଦୁଃଖ କଷ୍ଟ ରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି।ପ୍ରଥମ ସ୍ତ୍ରୀଙ୍କ ପୁଅ ତୁରାମ ସୟ ଛୋଟ ଥିବା ବେଳେ ନିଆଁ ରେ ପୋଡ଼ି ହୋଇ ଡାହାଣ ଗୋଡଟି ଅକ୍ଷମ ହୋଇଯାଇଛି। ଗୋଟିଏ ଗୋଡ଼ ରେ ସେ ଆଶାଵାଡି ଧରି ଚାଲୁଛନ୍ତି। ଦିବ୍ୟାଙ୍ଗ ହେଲେବି ସେ ଛୋଟ ବେଳୁ ପାଠପଢିବାକୁ ମନଵୋଳ ବଳାଇଥିଲେ । ପ୍ରଥମେ ସେ ହାତୀଗୋଡା ଆଶ୍ରମ ରେ ପ୍ରାଥମିକ ଶିକ୍ଷା ପରେ କେଶଡିହା ସରକାରୀ ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକପାସ କରି ଖୋର୍ଦ୍ଧା ଜଟଣୀ ରେ ଆଇଟିଆଇ ଟ୍ରେନିଂ ସମାପ୍ତକରି ଅର୍ଥାଭାବ ରୁ ବାଧ୍ୟହୋଇ ଘରେ ଅଛନ୍ତି। ସେ ଜଟଣୀ ରେ ଆଇଟିଆଇ ଟ୍ରେନିଂ ନେଉଥିବା ସମୟରେ ତାଙ୍କର ଦେଖା ହୁଏ ଖ୍ୟାତନାମା ପାରା ସୁଇମିଙ୍ଗର ଟ୍ରେନର ସୁଶାନ୍ତ କୁମାର ମଲ୍ଲିକ ଙ୍କ ସହ।ଟ୍ରେନର ସୁଶାନ୍ତ ମଲ୍ଲିକ ତାଙ୍କ ନିକଟରେ ଥିବା ପ୍ରତିଭା କୁ ଚିନ୍ହି ପାରି ତାଙ୍କୁ ସନ୍ତରଣ ଶିକ୍ଷା କରିବାକୁ ଉତ୍ସାହିତ କରିବା ଫଳରେ ତାଙ୍କ ତତ୍ୱାବଧାନ ରେ ତୁରାମ ଟ୍ରେନିଂ ନେଲାପରେ ନିଜ ପ୍ରଥମ ସନ୍ତରଣ ପ୍ରତିଯୋଗିତା ରେ ଗତ ଫେବୃୟାରୀ ୧୩ ୨୦୨୪ ରେ କଳିଙ୍ଗ ଷ୍ଟାଡିୟମରେ ପାରାସୁଇମିଙ୍ଗ ରେ ରାଜ୍ୟସ୍ତରୀୟ ଚଞ୍ଚିଆନସିପ ରେସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅର୍ଥାଭାବ ସତ୍ୱେ ନିଜ ଟ୍ରେନର ଙ୍କ ଉତ୍ସାହ ଏବଂ ନିଜ ଦୃଢ଼ ମନୋବଳ କୁ ଆଧାରକରି କରି ଆଗକୁ ଅଲମ୍ପିକ୍ସ ରେ ଭାଗନେବାକୁ ଅଭ୍ୟାସ ଜାରୀ ରଖିଛନ୍ତି। ଉଚ୍ଚଶିକ୍ଷା ଓ ଟ୍ରେନିଂ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ରୁ ସେ ଠାକୁରମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବପ୍ନେଶର ବେହେରା ଙ୍କୁ ଦେଖାକରି ନିଜ ଉଚ୍ଚ ଶିକ୍ଷା ଓ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ପାଇଁ ସରକାରୀ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବିଷୟରେ ଜିଲ୍ଲାପାଳ ମୟୁରଭଞ୍ଜ ଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ସମସ୍ୟାର ଦୃଷ୍ଟି ଆକର୍ଷଣ ସହିତ ସମାଧାନ ର ପ୍ରତିଶ୍ରୁତି ଦେଇଛନ୍ତି।