ପ୍ରଶାସନର ସାହାଯ୍ୟ ମିଳିଲାନି, ନିଜ ଖର୍ଚ୍ଚରେ ରାଜ୍ୟକୁ ଫେରିଲେ ବଙ୍ଗୀୟ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନାରେ ରାଜ୍ୟ ସରକାର ରିଲିଫ, ଲୋକଙ୍କୁ ରନ୍ଧା ଖାଦ୍ୟ ଶୁଖିଲା ଖାଦ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ଏପରିକି ସଂଗରୋଧ ଗୃହ, ଅସ୍ଥାୟୀ ସୁସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି କିନ୍ତୁ କୌଣସି ଜାଗାରେ ବର୍ତ୍ତମାନ ସୁଦ୍ଧା ପାଣି, ଶୌଚାଳୟ, ବିଦ୍ୟୁତ ସଂଯୋଗ, ଖାଇବାକୁ ମଧ୍ୟ ଠିକ୍ ଭାବେ ମିଳୁନି, ଏପଟେ ସରକାର ପ୍ରଚାର କରୁଛନ୍ତି ଲୋକଙ୍କ ସୁବିଧା ପାଇଁ ବହୁ ଟଙ୍କା ଖର୍ଚ୍ଚ କରାଯାଇଛି , ହେଲେ ଏ ଟଙ୍କା କୋଉଠି ଖର୍ଚ୍ଚ ହଇଛି ତା ବର୍ତମାନ ସୁଦ୍ଧା ଜଣା ପଡୁନି କାରଣ ପଶ୍ଚିମବଙ୍ଗର ମୁର୍ସିଦବାଦ ଅଞ୍ଚଳ ୨୨ଜଣ ଶ୍ରମିକ ଗଜପତି ଜିଲ୍ଲା ମୋହନା ଠାରେ ରହି ମିସ୍ତ୍ରି କାମ କରୁଥିଲେ ହେଲେ ତାଲା ବନ୍ଦ ଯୋଗୁଁ ସେମାନଙ୍କ କାମ ବନ୍ଦ ହଇଗୋଲା, ସେମାନେ ଯାହା ଟଙ୍କା ପଇସା ଥିଲା ସବୁ ସରିଗଲା ଯାହା ଫଳରେ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହଇଥିଲେ ତାଙ୍କୁ ଦୁଇ ଦିନ ପଞ୍ଚାୟତରେ ଖାଇବା ଦେଇଥିଲେ କିନ୍ତୁ ସେ ଖାଦ୍ୟ ଖରାପ ଥିଲା ସେମାନେ ଖାଇନଥିଲେ ବିଡ଼ିଓଙ୍କୁ ଜଣାଇ ଶୁଖିଲା ଖାଦ୍ୟ ମାଗିଥିଲେ କିନ୍ତୁ କିଛି ମିଳିନଥିଲା ଫଳରେ ଧାର ମାଗି କିଛି ଦିନ ଖାଇଥିଲେ, ପଶ୍ଚିମବଙ୍ଗ ସରକାର କି ଓଡିଶା ସରକାର କୌଣସି ସାହାଯ୍ୟ କରିନାହାନ୍ତି ତେଣୁ ଆଜି୧୭ଜଣ ବଙ୍ଗୀୟ ସ୍ୱତନ୍ତ୍ର ବସ୍ ଭଡା କରି ନିଜ ରାଜ୍ୟକୁ ଫେରୁଛନ୍ତି, ଅନ୍ୟ ୫ଜଣ ମନ ଖରାପରେ ଚାଲି ଚାଲି ନିଜ ରାଜ୍ୟକୁ ଯାଇଛନ୍ତି ବୋଲି କହିଛନ୍ତି ମିସ୍ତ୍ରୀ ମନେ ତେବେ ଏମିତି ଅନ୍ୟ ରାଜ୍ୟ ଲୋକଙ୍କୁ ଅଣଦେଖା କରିବା କେତେ ଠିକି ତା ଏବେ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।


