ପ୍ରଶାସନର ହସ୍ତକ୍ଷେପରେ ଧାରଣାରୁ ଉଠିଲେ ଅନଶନକାରୀ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଜାତୀୟ ରାଜପଥ ୪୯ ନମ୍ବର ବିଶୋଇ ବ୍ଲକରେ ପ୍ରସ୍ତାବିତ ଗଳାପୋଲ ନିର୍ମାଣରେ ୩୦ଟି ପରିବାର ସମେତ ୧୫୦ ଉଠା ଦୋକାନୀଙ୍କୁ ପ୍ରଭାବିତ ହେବା ନେଇ ତିନି ଦିନ ହେଲା ଉଠା ଦୋକାନୀ ମାନେ ସେମାନଙ୍କ ଥଇଥାନ ଓ ବିକଳ୍ପ ବ୍ୟବସ୍ଥା ନେଇ ଧାରଣାରେ ବସିଥିଲେ । ଗଳାପୋଲଟି ବିଶୋଇ ଛକରେ ନିର୍ମାଣ କରା ନ ଯାଇ ୧ କି ମିଶ୍ ଦୂର କାଦପାଣି ଛକରୁ ବିଶୋଇ ବ୍ଳକ ପର୍ଯ୍ୟନ୍ତ ନିର୍ମାଣ ହେଲେ ୬ଟି ବିଦ୍ୟାଳୟ,୭ଟି ସରକାରୀ କାର୍ଯ୍ୟାଳୟ,୧୫୦ ଦୋକାନ ପ୍ରଭାବିତ ହେବ । ଗଳାପୋଲର ବିକଳ୍ପ ବ୍ୟବସ୍ଥା ନେଇ ଧାରଣାରେ ବସିଥିଲେ । ଏହାକୁ ନେଇ ବିଶୋଇରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।ଏହାକୁ ନେଇ ବିଶୋଇ ତହସିଲଦାର ଚନ୍ଦ୍ର ଶେଖର ଗରାଇ,ଏଲଏଣ୍ଡ ଟି କମ୍ପାନୀ , ବିଶୋଇ ଥାନା କତୃପକ୍ଷ ଧାରଣାସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ କୁହାଯାଇଥିଲା କି ରାସ୍ତା ନିର୍ମାଣ ହେଲେ ପ୍ରଭାବିତଙ୍କୁ ଆଗେ ଥଇଥାନ କରାଯିବ ପ୍ରଥମେ କିମ୍ବା ଗଳାପୋଲ ଛକରେ ନିର୍ମାଣ ନ ହେଲେ ବିକଳ୍ପ ପାଇଁ ପ୍ଲାଏ ଓଭର ବ୍ରିଜ ନିର୍ମାଣ,, ଶାଖା ରାସ୍ତା , ସ୍କୁଲ ପିଲାଙ୍କ ପାଇଁ ଫୁଟ ଓଭର ବ୍ରିଜ ନିର୍ମାଣ ଏବଂ ଅଧାପନ୍ତରିଆ ଡ୍ରେନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଅନଶନକାରୀ ଧାରଣାରୁ ଉଠିଥିଲେ ।ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ