ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି ପରେ ବିକ୍ରି ହେଲା ଧାନ : ହେଲେ ମଧ୍ୟ ମିଳିନି ଟଙ୍କା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୈଠଡା ସୋସାଇଟିର କର୍କଟ ରୋଗରେ ପିଡିତ ଚାଷୀଙ୍କ ଗତ ୧୭ ତାରିଖରୁ ଅବଧି ଶେଷ ହୋଇଥିବା ବେଳେ ଧାନ କିଣିବା ପାଇଁ ଗତ ୧୭ ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଏଆରସିଏସ, ଦିଗପହଣ୍ଡି ଏମଆଇଙ୍କୁ ଗୁହାରି କରିବା ପରେ ତାଙ୍କ ଧାନ କିଣାଯାଇଥିଲା । ହେଲେ ଏଯାବତ୍ ତାଙ୍କ ଟଙ୍କା ତାଙ୍କୁ ମିଳିପାରିନାହିଁ । ଏଣୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାଷୀ ଜଗବନ୍ଧୁ ପାଢୀ ଏବଂ ମନୋଜ କୁମାର ପାଢୀ । ଜଗବନ୍ଧୁ କର୍କଟ ରୋଗରେ ପିଡୀତ ଥିବା ବେଳେ ଧାନ ବିକ୍ରି ଟଙ୍କାରେ ତାଙ୍କର ଚିକିତ୍ସା ଖର୍ଚ୍ଚ କରାଇବା ପାଇଁ ଆଶା ବାନ୍ଧି ବସିଥିଲେ । ହେଲେ ଆଇ ସ୍କାନ ନ ହେଉଥିବା କାରଣରୁ ତାଙ୍କୁ ତାଙ୍କ ଟଙ୍କା ମିଳିପାରିନାହିଁ । ଏଣୁ ଏହାର ତୁରନ୍ତ ସମାଧାନ କରି ତାଙ୍କୁ ତାଙ୍କ ଧାନ ବିକ୍ରି ଟଙ୍କା ପ୍ରଦାନ କରିବା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ