ପ୍ରଶାସନିକ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ

ଯାଜପୁର,ଓ୍ବାଇଏନ୍ଏସ୍):ଯାଜପୁରରେ କୋରୋନା ସ୍ଥିତିର ଅନୁଧ୍ୟାନ କରିବା ଓ ଲକ ଡାଉନ ସମୟରେ ଚେକିଂ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । କୁଆଖିଆ ଥାନା ଗୋପିନାଥପୁର ଗାଁରେ ଏମିତି ଆକ୍ରମଣ ହୋଇଥିବା ଜଣାପଡିଛି । ଆଜି ଯାଜପୁର ଜିଲାପାଳ ରଂଜନ ଦାସଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ ରସୁଲପୁର ଅଂଚଳରେ ଲକ ଡାଉନର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ । ସେହି ସମୟରେ ରସୁଲପୁର ବିଡିଓ ଓ ତହସିଲଦାର କେତେକ ଯୁବକ ମାସ୍କ ନ ପିନ୍ଧି ବାଇକରେ ବୁଲାବୁଲି କରୁଥିବା ଦେଖି ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିଥିଲେ । ସେଠାରେ ସେମାନେ ଅମାନ୍ୟ କରି ଗୋପିନାଥପୁର ଗାଁକୁ ପଳାଇଯାଇଥିଲେ । ସେମାନଙ୍କ ପିଛା କରିବାକୁ ଯାଇ ପ୍ରଶାସନିକ ଅଧିକାରୀ ସେଠାରେ ପହଂଚିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିିଥିଲେ । ଖବର ପାଇ ଯାଜପୁର ଜିଲାପାଳ ସେଠାରେ ପହଂଚିବା ପରେ ତାଙ୍କୁ ମଧ୍ୟ କେତେକ ବ୍ୟକ୍ତି ର୍ଦୁବ୍ୟବହାର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ୩ ଜଣ ଗଣ୍ଡଗୋଳକାରୀଙ୍କୁ ଅଟକ ରଖି ପଚାରାଉଚୁରା କରିଛି । ଏହାପରେ ଯାଜପୁର ଏସପି ଚରଣ ସିଂ ମିନା ଗାଁରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଅଟକ ଯୁବକ ମାନଙ୍କ ମଧ୍ୟରେ ଜଣେ ନିଜାମୁଦ୍ଧିନ ପେଂରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେନଟାଇନରେ ରଖାଯିବ । ପରିସ୍ଥିତି ଉପରେ ନଜର ରଖାଯାଇ ଆବଶ୍ୟକ ପଡିଲେ ଗୋପିନାଥପୁର ଗାଁରେ ୧୪୪ ଧାରା ଜାରି ହେବ ବୋଲି ଯାଜପୁର ଜିଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ