ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି, ତହସିଲଦାରଙ୍କ ନିର୍ଦ୍ଦେଶକୁ ଅବମାନନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ୍ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରେ ଗୋଚର ଜମି ଉପରେ ବେଆଇନ ଭାବେ ଘର ନିର୍ମାଣ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ହାଟଡିହି ତହସିଲଦାରଙ୍କ ନିର୍ଦ୍ଦେଶରେ ଡଅଁର ରାଜସ୍ୱ ନିରୀକ୍ଷକ ଅଭିଯୋଗର ତଦନ୍ତ କରି ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ଘର କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ତତ୍କାଳୀନ ତହସିଲଦାର ତୁରନ୍ତ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ବି କିନ୍ତୁ କିଛି ପଦକ୍ଷେପ ନେଇ ପାରିଲେ ନାହିଁ।ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସଂପୃକ୍ତ ବ୍ୟକ୍ତି ଘର କାର୍ଯ୍ଯ ସମ୍ପୁର୍ଣ୍ଣ କଲେ। ଏବେ ମୋହନ ସରକାର ସମସ୍ତ ଜବର ଦଖଲ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ହାଟଡିହି ତହସିଲ କର୍ତୁପକ୍ଷ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କିଛି ଗ୍ରାମବାସୀ ମୂଖ୍ୟମନ୍ତ୍ରୀ ଙ୍କୁ ଜଣାଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଗୋଚର ଜମିରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବାକୁ ନିୟମ ନଥିବାବେଳେ ସୋଲପଟା ମୌଜାରେ ଜଣେ ବ୍ୟକ୍ତି ଗୋଚର ଜମି ଉପରେ ଏକ ବିରାଟ ପକ୍କାଘର ନିର୍ମାଣ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କର ଗାଁ ଭିତରେ ୫ଏକରରୁ ଊର୍ଦ୍ଧ୍ବ ନିଜସ୍ଵ ଜମିଜମା ଥିଲେବି ଡଅଁର ରାଜସ୍ୱ ସର୍କଲ ଅଧୀନ ସୋଲପଟା ମୌଜାର ଖାତାନଂ –୧୩୪ ପୁଟ-ନଂ ୬୨୪ କିସମ ଗୋଚର ଥିବା ଜମି ଉପରେ ଏହି ବ୍ୟକ୍ତି ଜଣକ ଏକ ବିରାଟ ଆୟତନର ଘର ନିର୍ମାଣ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେନିୟମ ଅଟେ। ଏହାଦ୍ୱାରା ଗ୍ରାମର ଗୋଚର ଜମି ସଙ୍କୁଚିତ ହେବା ସହ ଗୋରୁଗାଈ ମାନେ ଚରିବାପାଇଁ ନାନା ଅସୁବିଧା ଭୋଗ କରିବେ। ଏଣୁ ତୁରନ୍ତ ଏଠାରୁ ଏହି କୋଠାଘରକୁ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି। ପୂର୍ବରୁ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିବା ପରେ ତତ୍କାଳୀନ ତହସିଲଦାରଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଡଅଁର ରାଜସ୍ୱ ନିରୀକ୍ଷକ ସନ୍ଦିପ କୁମାର ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହି ବ୍ୟକ୍ତି ଜଣକ ଗୋଚର ଜମି ଉପରେ ଘର ହେଉଥୁବା ଦେଖି ସେ ଘର ନିର୍ମାଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୃହକର୍ତ୍ତା ରାଜସ୍ବ ନୀରିକ୍ଷକଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଅଧା ଗଢା ଘରକୁ ସମ୍ପୂର୍ଣ୍ଣ କରିଥଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ହାବିଲ୍ ଖା ଖା ଙ୍କୁ ପଚାରିବାରେ ସେ e ସମ୍ପର୍କ ରେ ଜାଣି ନଥିଲେ ବୋଲି କହିଛନ୍ତି, ତୁରନ୍ତ ତଦନ୍ତ ଆରମ୍ଭ କରାଯାଇ ଯଦି ଗୋଚର କିସମ ଜମି ଉପରେ ଘର ହୋଇଥିବ ତେବେ ନିଶ୍ଚିତ ଭାବେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ