ପ୍ରଶାସନ ଆଶ୍ୱସ୍ତ:ତିନି ସନ୍ଦିଗ୍ଧଙ୍କ ପରୀକ୍ଷା ନମୁନା ନେଗେଟିଭ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଏନଏସିର ଦୁଇ ଜଣ ଓ ବୁଗୁଡା ବ୍ଲକର ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପରୀକ୍ଷା ପାଇଁ ବ୍ରହ୍ମପୁର ପଠା ଯାଇଥିବା ବେଳେ ସେମାନଙ୍କ ପରୀକ୍ଷା ନମୁନା ନେଗେଟିଭ ଥିବା ଜାଣିବା ପରେ ପ୍ରଶାସନ ଆଶ୍ୱସ୍ତ ଲାଭ କରିଛନ୍ତି। ସୁରାଟରୁ ଫେରି ପୋଲସରା ବ୍ଲକ ହାତୀଓଟରେ ବନ୍ଧୁଘରେ ଥିବା ଖବର ପାଇ ଏନଏସି ପ୍ରଶାସନ ବୁଗୁଡା ପୋଲିସ ସହଯୋଗରେ ଏନଏସିର ଦୁଇ ଜଣଙ୍କୁ ଆଣି ବ୍ରହ୍ମପୁର ପରୀକ୍ଷା ପାଇଁ ପଠାଇ ଥିଲେ।ସୌଭାଗ୍ୟର ବିଷୟ ସେଦୁହିଁଙ୍କ ପରୀକ୍ଷା ପରେ ନେଗେଟିଭ ବୋଲି ଜଣା ପଡିଲା।ବୁଗୁଡା ବ୍ଲକର ଗୋଳାବନ୍ଧ ପଞ୍ଚାୟତର ଯେଉଁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ବ୍ରହ୍ମପୁର ପରୀକ୍ଷା ପାଇଁ ପଠା ଯାଇଥିଲା ତାଙ୍କର ମଧ୍ୟ ନେଗେଟିଭ ଜଣାପଡିଛି।ବର୍ତ୍ତମାନ ସୁଧା ବୁଗୁଡା ବ୍ଲକ ଓ ଏନଏସି ରେ ଆଉ କୌଣସି ସନ୍ଦିଗ୍ଧ କରୋନା ସଂକ୍ରମଣ ଚିହ୍ନଟ ହୋଇନଥିବା ବେଳେ ଜନସାଧାରଣ ଲକ ଡାଉନ ଆଇନ ପ୍ରତି ସମ୍ମାନ ଜଣାଇ ସମସ୍ତେ ଘରେ ରହିବା ଓ ବାରମ୍ବାର ହାତ ସଫାକରିବା,ପରସ୍ପର ଠାରୁ ଏକ ମିଟରରୁ ଉର୍ଦ୍ଧ୍ବ ଦୂରତା ବଜାୟ ରଖିବା ପ୍ରଭୃତି ପ୍ରତି ଦୃଷ୍ଟି ଦେଇ ସଚେତନତା ରହିଲେ ବୁଗୁଡା ବ୍ଲକ ଓ ଏନଏସି କୁ କରୋନା କବଳରୁ ରକ୍ଷା କରି ପାରିବା ବୋଲି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ଏନଏସି ଇଓ ରଶ୍ମିରଞ୍ଜନ ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ