ପ୍ରଶାସନ ଓ ଦଲାଲଙ୍କ ମଧୁ ଚନ୍ଦ୍ରିିକାରେ ଚାଲିଛି ବେ ଆଇନ ଗୋ ଚାଲାଣ
ହିଞ୍ଜିଳିକାଟୁ, : (ଯୁଗାବ୍ଦ ନ୍ୟୁଜ୍ )ହିଞ୍ଜିଳି ଥାନା ଅଂଚଳରୁ ଗତ କିଛି ମାସ ଧରି ବେଆଇନ ଭାବେ ଗୋ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ଏହି ଗୋ ଚାଲାଣର ଚେର ହିଞ୍ଜିଳିକାଟୁ ଠାରୁ ଆରମ୍ଭ କରି ସୁଦୂର ଆନ୍ଧ୍ରପ୍ରଦେଶ, କାଂଚି, ବିଜୟାନଗରମ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଂଚଳରେ ସାପ୍ତାହିକ ଶନିବାର ଦିନ ହାଟ ବସିଥାଏ । ହିଞ୍ଜିଳିକାଟୁ ହାଟରେ ଗାଇ ଗୋରୁ କ୍ରୟ ବିକ୍ରୟ ପାଇଁ ଗଂଜାମ ସମେତ ଫୁଲବାଣୀ, କନ୍ଧମାଳ, ଗଜପତି ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛି । ସାପ୍ତାହିକ ଶନିବାର ହାଟକୁ ବିଭିନ୍ନ ଗ୍ରାମାଂଚଳରୁ ଗୋରୁ ବେପାରୀ ମାନେ ଗାଇ ଗୋରୁ କିଣାବିକା କରିବା ପାଇଁ ହାଟକୁ ଆସିଥାନ୍ତି । ସପ୍ତାହର ପ୍ରତି ଶନିବାର ଦିନ ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କାର୍ଯ୍ୟାଳୟ ପରିସରରେ ଗୋରୁ ହାଟ ବସିଥାଏ । ଶନିବାର ସନ୍ଧ୍ୟା ସୁଦ୍ଧା ବିକ୍ରୟ ହୋଇ ପାରିନଥିବା ଗାଇ ଗୋରୁ ଗୁଡ଼ିକୁ ସ୍ଥାନୀୟ ପ୍ରଶାସନ ଓ ଦଲାଲଙ୍କ ମିଳିତ ସହଯୋଗରେ ବିଭିନ୍ନ ଗାଡ଼ି ଯୋଗେ ଗାଇ ଗୋରୁ ଗୁଡ଼ିକୁ ଲଦି ଗୋ ମାଫିଆ ମାନେ ଏହି ସବୁ ଗାଡ଼ିକୁ ପଶ୍ଚିମବଙ୍ଗ, ବାଲାଂଦେଶ, ଆନ୍ଦ୍ରପ୍ରଦେଶ, ବିଜୟାନଗରମ, କାଂଚି ଦେଶକୁ ଚାଲାଣ କରିଥାନ୍ତି । ସାପ୍ତାହିକ ଶନିବାର ହାଟ ଦିବସରେ ବିକ୍ରୟ ହୋଇପାରିନଥିବା ଗାଇ ଗୋରୁ ଗୁଡ଼ିକୁ ସନ୍ଧ୍ୟା ପରେ ଏହି ବେଆଇନ କାରବାର ଆରମ୍ଭ ହୋଇଥାଏ । ଗୋ ମାଫିଆ ମାନେ ଗୋ ଚାଲାଣ ସମୟରେ ସମ୍ପୂର୍ଣ୍ଣ ସୁରାକ୍ଷାର ସହିତ ଗାଡ଼ି ଗୁଡ଼ିକୁ ପାର କରାଇଥାନ୍ତି । ଗତ କିଛି ଦିନ ପୂର୍ବେ ହିଞ୍ଜିଳିକାଟୁ ଅଂଚଳରେ ଅନୁଷ୍ତଠିତ ହେଉଥିବା ସାପ୍ତାହିକ ହାଟରୁ ବେଆଇନ ଭାବେ ଗୋ ଚାଲାଣ ନେଇ ବିଭିନ୍ନ ଗଣମାଧ୍ୟମରେ ଼ ଖବର ପ୍ରକାଶିତ ସ୍ଥାନୀୟ ପୋଲିସ ପ୍ରଶାସନ ସଜାଗ ହୋଇ ପଡ଼ିଥିଲା । ଗୋ ମାଫିଆ ମାନଙ୍କ ମାନେଙ୍କ ମଧ୍ୟରେ ଭାଲେଣି ପଡ଼ିଥିଲା । ଗୋ ମାଫିଆ ମାନେ ଅତ୍ୟନ୍ତ ସନ୍ତର୍ପଣରେ ଗାଇ ଗୋରୁ ଗୁଡ଼ିକୁ ଦଲାଲଙ୍କ ସହାୟତାରେ କିଛି ଦୂର ଚଲାଇ ଚଲାଇ ନେବା ପରେ ସମୟ ସୁବିଧା ଦେଖି ଚାରି ଓ ଛଅ ଚକିଆ ଗାଡ଼ି ଗୁଡ଼ିକରେ ଗାଇ ଗୋରୁ ମାନଙ୍କୁ ପରିବହନ କ୍ଷମତା ଠାରୁ ୩ ରୁ ୪ ଗୁଣ ସଂଖ୍ୟାର ଗୋରୁ ଭର୍ତି କରରଯାଇ ଅତ୍ୟନ୍ତ ଅମାନୁଷିକ ଭାବେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବାର ଅଭିଯୋଗ ଉଠିଛି । ଏହି ଗୋ ଚାଲାଣ ପ୍ରଶାସନ ଓ ଦଲାଲଙ୍କ ମଧୁ ଚନ୍ଦ୍ରିକାରେ ଦୀର୍ଘ ଦିନ ହେବ ଚାଲି ଆସୁଥିବା ନେଇ ଅଭିଯୋଗ ହେଉଛି । ତେବେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପଂହଚିବା ପାଇଁ ଅତିକ୍ରମ କରୁଥିବା ଶହ ଶହ କିଲୋମିଟର ଭିତରେ ଓଡ଼ିଶାର ବହୁ ଜିଲ୍ଲା, ଦପ୍ତର ଓ ଥାନା ସମ୍ମୁଖରେ ଯିବା ସହ ରାଜ୍ୟ ତନଖି ଫାଟକ ପାର ହେଉଥିଲେ ହେଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ କିଭଳି ନଦେଖିଲା ଭଳି ନିରବ ରହୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏଠାରେ ସ୍ପଷ୍ଟ ଅନୁମେୟ କରାଯାଏ ଯେ, ଚୋରା ଗୋରୁ ବ୍ୟବସାୟୀ ମାନଙ୍କ ହାତ ଆଇନର ହାତ ଠାରୁ ବହୁ ଅଧିକ । ପ୍ରତ୍ୟେହ ଶନିବାର ସଦିନ ବସୁଥିବା ଉକ୍ତ ଗୋରୁ ହାଟ ଟି କେବଳ ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ । ଏଠାରେ ଚାଷୀ ମାନେ ସେମାନଙ୍କ ଚାଷ କାର୍ଯ୍ୟ ପାଇଁ ବଳଦ ଅଦଳ ବଦଳ କରିବାର ନିୟମ ରହିଥିବା ବେଳେ ଏଠାରୁ ବେଆଇନ ଭାବେ ବେଧଡ଼କ ଭରବଙ୍କ ଗୋ ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ହିଞ୍ଜିଳିକାଟୁ ଅଂଚଳରେ ଅନୁଷ୍ଟିତ ହେଉଥିବା ସାପ୍ତାହିକ ଶନିବାର ହାଟ ଟି କେବଳ ଗୋରୁ ଦଲାଲଙ୍କକବଳରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଦିନ ଧରି ବେଆଇନ ଗୋ ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରାଯାଉନାହିଁ । ଯାହା ଫଳରେ ଉକ୍ତ ଗୋରୁ ହାଟ ଟି ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟିଙ୍କ ନିୟନ୍ତ୍ରଣରେ ରହିବା ପରିବର୍ତେ ହିଞ୍ଜିଳିକାଟୁ ସମେତ ନିକଟସ୍ଥ ଜିଲ୍ଲାର ଦଲାଲଙ୍କକବଳରେ ରହି ଆସିଥିବା ଜଣାପଡ଼ିଛି । ହିଞ୍ଜିଳିକାଟୁ ଆରଏମସି ପରିସରରେ ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ହିଞ୍ଜିଳିକାଟୁ ଅଂଚଳର ସାପ୍ତାହିକ ଗୋରୁ ହାଟ ଟି ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମ ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଫଳରେ ଗୋ ମାଫିଆ ମାନଙ୍କ ପାଇଁ ଉକ୍ତ ଅଂଚଳଟି ସମ୍ପୂର୍ଣ୍ଣ ସୁରକ୍ଷିତ ପାଲଟି ଯାଇଛି । ସ୍ଥାନୀୟ ହାଟକୁ ଆସୁଥିବା ଗାଇ ଗୋରୁ ମାନଙ୍କୁ ପ୍ରବେଶ ଶୁକ୍ଳ ବାବଦରେ ୧ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ବେଳେ ବିକ୍ରିକର ବାବଦରେ ୧ ପ୍ରତିଶତ ଆଦାୟ କରାଯାଉଛି । ସ୍ଥାନୀୟ ଆରଏମସି କର୍ତୁପକ୍ଷ ଶୁକ୍ଳ ଆଦାୟ କରୁଥିବା ବେଳେ ଦଲାଲଙ୍କ ସହାୟତାରେ ଗାଇ ଗୋରୁ ଗୁଡ଼ିକୁ ବାହାର ରାଜ୍ୟକୁ ରପ୍ତାନି କରାଯାଉଥିଲେ ମଧ୍ୟ ସ୍ଥାନୀୟ ଆର ଏମସି କର୍ତୁପକ୍ଷ ନିରବ ସାଜୁଛନ୍ତି । ତୁରନ୍ତ ପ୍ରଶାସନ ଏହି ବେଆଇନ କାରବାର ଉପରେ ଦୃଷ୍ଟି ଦେଇ ଗୋ ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।