ପ୍ରଶାସନ କୁ ଖୋଲା ଚ୍ୟlଲେଞ୍ଜ କରୁଛନ୍ତି ଜମି ମାଫିଆ
କୁଚିଣ୍ଡା, (ଲିପନ ନାଏକ):କୁଚିଣ୍ଡା ଏନ. ଏ. ସି. ୧ ନମ୍ବର ୱାର୍ଡ଼ ମହୁଲଡିହି ସୀମାରେ ଥିବା ବିଭିନ୍ନ ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି ନ କରିବା ବୋଲି ଅନେକ ବର୍ଷ ଧରି ସଚେତନ ଚାଲିରହିଛି l ଯାହା ଭବିଷ୍ୟତ ରେ ଅଞ୍ଚଳ ପାଇ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଯାଇ ପାରିବ l ହେଲେ କୁଚିଣ୍ଡା ବିଭିନ୍ନ ଅଞ୍ଚଳରେ ଏବେ ଜମି ବିକ୍ରି ଖୁବ ଜୋରରେ ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ମହୁଲଡିହି ଗ୍ରାମର ସରକାରୀ ଜମିଗୁଡିକ ବିକ୍ରି ପ୍ରୟାସ ରେ ଲାଗିଛନ୍ତି ଜମି ମାଫିଆ lଏବେ କୁଚିଣ୍ଡା ଏନ. ଏ. ସି ୧ ନମ୍ବର ୱାର୍ଡ଼ ମହୁଲଡିହି ଗ୍ରାମରେ କେତେକ ବ୍ୟକ୍ତି ଚାଷ କୁ ଆଢ କରି ବେଆଇନ ଦଖଲ କରି ଚାଷ କରୁଥିଲେ l ହେଲେ ଏବେ କିଛି ଜମି ଦଲାଲ ଙ୍କ ସହ ମିଶି ସରକାରୀ ଜାଗାକୁ ପ୍ଲଟ କରି ବିଭିନ୍ନ ଉପାୟରେ ବିକ୍ରି କରିବାକୁ ପ୍ରୟାସ ଚଳାଇଛନ୍ତି l କୁଚିଣ୍ଡା ମୌଜା ପ୍ଲଟ ରେ ଥିବା ୨୭୧୪,୨୬୬୩,୨୬୬୫,୨୬୬୭,୨୬୭୧,୬୭୩ ଏବଂ ୨୬୬୨ ପ୍ଲଟ ଗୁଡିକ ଏକ ଖେଳପଡିଆ, ପଡିଆ ନିର୍ଦ୍ଧାରିତ ମଧ୍ୟ କରାଯାଇଛି l ହେଲେ ଏହି ଜାଗା ଗୁଡିକରେ ରାସ୍ତା ତିଆରି କରି ଅନ୍ୟ ସରକାରୀ ଜାଗାକୁ ବେଆଇନ ଭାବେ ଫୁଲ ଦମରେ ବିକ୍ରି କରିବାକୁ ଲାଗିଛନ୍ତି l ଏହାକୁ ନେଇ ଗ୍ରାମବାସୀ ଏକତ୍ରିତ ହୋଇ ଆଜି କୁଚିଣ୍ଡା ତହସିଲଦାର ଙ୍କୁ ଦାବିପତ୍ର ଯୋଗେ ଜାଗା ଚି଼ହ୍ନଟ କରିବା ସହ ଜମି ମାଫିଆଙ୍କୁ ଲଗାମ କଷିବାକୁ ଦାବୀ କରିଛନ୍ତି l