ପ୍ରଶାସନ କୁ ହେଜ୍ଞାନ କରି ଚାଲିଛି ବାଲି ଚୋରା ଚାଲାଣ

ରାୟଗଡା, (ବିଶ୍ୱରାଜ ଛିଞ୍ଚାଣି):ରାୟଗଡ଼ା ସଦର କୋତାପେଟା ପଞ୍ଚାୟତ ଅନ୍ତର୍ଗତ ମାଲିଗାଁ ବ୍ରିଜ ତଲରୁ ବାଲି ଚୋରା ହେଉଥିବାର ସାମ୍ନାକୁ ଆସିଛି । ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଆରମ୍ଭ ହେଉଛି ଟ୍ରାକ୍ଟରରେ ବାଲି ଚୋରି ଯାହାକି ପ୍ରାୟ ଦିନକୁ ୩୦ରୁ ଉର୍ଦ୍ଧ ବାଲି ଲୋଡ୍ । ବେଆଇନ ଭାବେ ପ୍ରଶାସନର ନାକ ତଳେ ବାଲି ଉଠାଯାଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ଓ କୌଣସି ବୈଧ କିମ୍ବା କୌଣସି ସଠିକ୍ ନଥିପତ୍ର ବିନା ନିଜ ମନମାନିରେ ବାଲି ରପ୍ତାନି ଚାଲିଥିବା ନଜରକୁ ଆସୁଛି । ବାଲି ଉଠାଣ ପ୍ରତ୍ୟେକ ଦିନ ଚାଲିଥିବା ସତ୍ତ୍ୱେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ର ଭାଙ୍ଗୁନି କଣ ପାଇଁ ? କାହା ସ୍ୱାର୍ଥରେ ଚାଲିଛି ବାଲି ଚୋରା ଚାଲାଣ ? ପ୍ରଶାସନ ନଜରକୁ ଆସୁନି କଣ ପାଇଁ ? ପ୍ରଶାସନ ନଜରରେ ନାହିଁକି ଏହି ସବୁ ଚୋରା ଚାଲାଣ ? ପ୍ରଶାସନ ଅଧିକାରୀଙ୍କ ସହଯୋଗରେ ଚାଲିନି ତ ଏହି ଚାଲାଣ? ନା ଏଇଠି ପ୍ରଶାସନ ଜାଣିଶୁଣି ଚୁପ୍ ବସିଛି ? ଏଭଳି ବ୍ରିଜ ତଳୁ ବାଲି କାଡି ନେବା ଦ୍ଵାରା ବ୍ରିଜ ଖସିପଡ଼ିଯିବାର ସମ୍ଭାବନା ରହିଛିକି ? ଲୋକେ ନଦୀକୁ ଯିବା ସମୟରେ ଭାସି ଯିବେନି ତ ? ସରକାର ନିୟମ ଅନୁଯାୟୀ ନଦୀ ଠାରୁ ଯାହା ବ୍ୟବଧାନରେ ବାଲି ଉଠାଯାଏ ସେହି ନିୟମ ଅବମାନନା କରି ବାଲି ଉଠାଯାଉଥିବା ଦେଖିବାକୁ ମିଳୁଛି । ସରକାର ଏହା ପ୍ରତି କେବେ ଧ୍ୟାନ ଦେବେ ଓ ଜିଲ୍ଲା ପ୍ରଶାସନ ଏହା ପ୍ରତି କେବେ ଧ୍ୟାନ ଦେଇ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ