ପ୍ରଶାସନ ଜିତିଲା ଶ୍ରମିକଙ୍କ ମନ! ତ୍ରିଦିବସୀୟ ଗୋରୁମହିଷାଣୀ ଲୌହଖଣି ଶ୍ରମିକ ଧାରଣା ପ୍ରତ୍ୟାହୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହଖଣି ଶ୍ରମିକଙ୍କ ୪ଦଫା ଦାବି ନେଇ ଫାଟକ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସିଥିଲେ । ଶ୍ରମିକ ମାନେ ସେମାନଙ୍କର ବକେୟା ପ୍ରାପ୍ୟ, ସ୍ଥାନୀୟ ଯୁବକଙ୍କୁ ଶିକ୍ଷାଗତ ଅନୁସାରେ ନିଯୁକ୍ତି, ଲୌହ ଗୁଣ୍ଡ ଭର୍ତ୍ତି ଦ୍ଵାରା ଚାଷ ଜମି ନଷ୍ଟ ପାଇଁ କ୍ଷତିପୂରଣ, ପୁରୁଣା ଶ୍ରମିକ ମାନଙ୍କୁ ପୁନଃ କର୍ମନିଯୁକ୍ତି,ଅଂଚଳର ବିକାଶ ନେଇ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁଙ୍କ ନେତୃତ୍ବରେ ଦିର୍ଘ ୩ ଦିନ ହେଲା ଚାଲିଥିଲା । ପରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଏସଡିପିଓ ସ୍ନେହାଶୀଷ ସାହୁ,ଖଣି ମେନେଜର ବିକାଶ ରଂଜନ ନାୟକ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କ ସହ ସଫଳ ଆଲୋଚନା କରିଥିଲେ । ଶ୍ରମିକ ମାନେ ଆବଶ୍ୟକୀୟ ପ୍ରମାଣ ପତ୍ର କାଗଜ ଦେଲେ ଶିଘ୍ର ପ୍ରାପ୍ୟ ବ୍ୟବସ୍ଥା କରାଯିବ, ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯିବ,ଡିଏମଏଫ ଫଣ୍ଡ,ସିଏ ଆର ଫଣ୍ଡ ତଥା ମନେରେଗା ଯୋଜନାରେ ଶ୍ରମିକ ମାନଙ୍କୁ ନିଯୁକ୍ତି କରିଥିବା ବୋଲି କହିଥିଲେ ।ସଫଳ ଆଲୋଚନା ପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନରୁ ଓହରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ