ପ୍ରଶାସନ ପକ୍ଷରୁ ଉଛେଦ କରାଗଲା ସରକାରୀ ପୋଷ୍ଟର

ହିଞ୍ଜିଳିକାଟ(ଶେଷଦେବ ସାହୁ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗତ ୧୦ ତାରିଖ ଅପରାହ୍ନ ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରିଥିଲେ । ୧୧ତାରିଖ ସକାଳୁ ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କଅଁରଙ୍କନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଟିମ ଗଠନ କରାଯାଇ ହିଞ୍ଜିଳିକାଟୁଳ ପୌରାଂଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋଡ଼ିଂକୁ ବାହାର କରାଯାଇଥିଲା । ଗୁରୁବାର ଦିନ ନିର୍ବାଚନ ସହକାରୀ ରିଟଣ୍ଣିଂ ଅଧିକାରୀ ତଥା ତହସିଲଦାର ଗୋପିନାଥ କୁଅଁରଙ୍କ ନେତୃତ୍ୱରେ ୩ଟି ଫ୍ଲାଇଙ୍ଗ ସ୍କାର୍ଡ଼ ଗଠନ କରାଯାଇ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମରେ ସରକାରୀ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଲାଗିଥିବା ଦଳୀୟ ପୋଷ୍ଟର, ବିଭିନ୍ନ ସରକାରୀ ଯୋଜନାର ବିଞାପନ, ସୂଚନା ଫଳକ ଫୋଟକୁ ଏନଫୋର୍ସମେଂଟ ଫ୍ଲାଇଂ ସ୍କାର୍ଡ଼ ଟିମ୍ର ସଦସ୍ୟ ମାନେ ହଟାଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସହକାରୀ ସବ୍ ରେଜିଷ୍ଟାର ଅଫିସର ସୁକାନ୍ତ ମିଶ୍ର, ସହକାରୀ ସବ୍ ଟ୍ରେଜେରୀ ଅଫିସର ଅରୁଣ ଦାଶ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁଙ୍କ ସମେତ ବହୁ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ