ପ୍ରଶାସନ ପକ୍ଷରୁ ଗଣେଶପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ସହରରେ ଆସନ୍ତା ଗଣେଶପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ପୂର୍ବାହ୍ନରେ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ ମହାନ୍ତି, ସିଡିଏମଓ ଡା.ଉର୍ମିଳା ମିଶ୍ର, କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବବଲୋଚନ ପଣ୍ଡା,କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁଙ୍କ ସମେତ ସହରର ବିଭିନ୍ନ ଗଣେଶ ପୂଜା କମିଟିର ସଭାପତି ଓ ସମ୍ପାଦକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗଣେଶ ପୂଜା ଏବଂ ଭଷାଣିକୁ ଶାନ୍ତି ଓ ଶୃଙ୍ଖଳାର ସହିତ ସମାପନ କରାଯିବା ଏବଂ ପ୍ରତ୍ୟେକ ମେଢ ପାଖରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ