ପ୍ରଶାସନ ପକ୍ଷରୁ ଦୁଇଦିନିଆ ବିଚାରବିମର୍ଶ କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ସଫଳ ରୂାୟନ ନିମନ୍ତେ ରାଜ୍ୟବ୍ୟାପୀ ବିଚାର ବିମର୍ଶ କର୍ମଶାଳାମାନ ଆୟୋଜନ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଚାର ବିମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯୋଜନା ଓ ସଂଯୋଜନା ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଉଦଘାଟନ କରିଥିଷଲ । ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନାଙ୍କର ଦୀର୍ଘସ୍ଥାୟୀ ବିକାଶ ସମ୍ପର୍କିତ ଏକ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । ବିକାଶର ଲକ୍ଷ୍ୟକୁ କେବଳ ଯୋଜନା ମଧ୍ୟରେ ସୀମିତ ନ ରଖ ଏହାର ସଫଳ ରୂପାୟନ ଉପରେ ଜିଲା ପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଲକ୍ଷ୍ୟ ହାସଲ ଦିଗରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକୁ ନିଷ୍ଠାର ସହ ସମ୍ପାଦନ ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଶିବିରରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ନିର୍ଦ୍ଦେଶକ ସବ୍ୟସାଚୀ ଦତ୍ତ, କ।।ପସିଟି ବିଲଡିଂ ଏକ୍ସପର୍ଟ ସରୋଜ କୁମାର ଦାଶ, ଯୋଜନା ଓ ସମନ୍ୱୟ ବିଭାଗର ସହକାରୀ ନିର୍ଦ୍ଦେଶିକା ଡ଼. ଉାସନା ମହାପାତ୍ର ପ୍ରଶିକ୍ଷଣ ଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ତାଲିମର ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।


