ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଚୂଡାନ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଆସନ୍ତା କାଲି ସାନଖେମୁଣ୍ଡି ବ୍ଲକ୍ ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସାବ୍ୟସ୍ତ କରିବେ ଭୋଟର । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।ପାଟପୁର ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ୍ ର ୨୬ ଗୋଟି ପଞ୍ଚାୟତ ପାଇଁ ୨୬ ଟି କାଉଁଟର ଖୋଲାଯାଇଛି । ପୋଲିଂ ଅଧିକାରୀ ମାନଙ୍କୁ ସହଜ ସୁବିଧା ରେ ନିର୍ବାଚନୀ ପାଇଁ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ ପାଇଁ ବ୍ଲକ କାଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମସେବକ, ଜି,ଆର,ଏସ, ଯୋଗାଣ ସହାୟକ,ବି ଏ ଫ ଟି,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଅଧିକାରୀ କାର୍ଯ୍ୟ ସମ୍ପାଦନ ପାଇଁ ୧୨୦ ଜଣ ନିୟୋଜିତ ହୋଇଥିଲେ । ବ୍ଲକ୍ ର ୨୬ ଟି ପଞ୍ଚାୟତ ରେ ଜିଲ୍ଲାପରିଷଦ,ସମିତିସଭ୍ୟ, ସରପଞ୍ଚ, ଏବଂ ୱାଡ ମେମ୍ବର ପାର୍ଥି ଭାବେ ୭୭୪ ଜଣ ଅବତ୍ରିର୍ଣ୍ ହୋଇଛନ୍ତି । ବ୍ଲକ୍ ର ୧,୩୭,୨୩୯ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ମହିଳା ଭୋଟରଙ୍କ ସଙ୍ଖ୍ୟା ୬୪,୯୨୮ ହୋଇଥିବା ବେଳେ ପୁରୁଷ ଙ୍କ ସଙ୍ଖ୍ୟା ୭୨,୨୯୦ ଏବଂ ତୃତୀୟ ଲିଙ୍ଗ ୨୧ ଜଣ ନିର୍ବାଚନ ରେ ମତଦାନ କରିବେ । ବ୍ଲକ ର ୨୬ ଟି ପଞ୍ଚାୟତ ରେ ୩୬୭ ଟି ପୋଲିଂ ବୁଥ ରହିଥିବା ବେଳେ ୧୪୬୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।ଦୁଇଟି ପିଙ୍କ୍ ବୁଥ୍ ରହିଛି।ପିଙ୍କ୍ ବୁଥ ରେ କେବଳ ମହିଳା ପୋଲିଂଅଫିସର ମହିଳା ପୋଲିସ ଭୋଟ ଦାନ କେନ୍ଦ୍ର ରେ କାର୍ଯ୍ୟ ସମ୍ପାଦନ କରିବେ । ପୋଲିଂ ଅଧିକାରୀ ମାନେ ନିଜ ନିଜର ବୁଥ କୁଭୋଟ ବକ୍ସ ବେଲେଟ ପେପର ନେଇ ଯାଇଛନ୍ତି । ପ୍ରତି ବୁଥ ରେ ପୋଲିସ ମୁତୟନ ରହିଛନ୍ତି । ୩୬୭ ବୁଥ ମଧ୍ୟ ରୁ ସମ୍ବେଦନଶୀଳ ବୁଥ ୩୭ହୋଇଥିବା ବେଳେ ଅତି ସମ୍ବେଦନଶୀଳ ୧୭ ଟି ଜଣା ପଡ଼ିଛି । ୬୬୪ ଜଣ ଙ୍କୁ ୧୦୭ କେସ ରେ ଅନ୍ତର୍ଭୁକ୍ତ କରାଯାଇଛି । ୫ ଟି ବନ୍ଧୁକ ଜୀମା ରେ ନିଆଯାଉଛି ସମସ୍ତ ବୁଥ ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏନେଇ ପାଟପୁର ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସାନଖେମୁଣ୍ଡି ତହସିଲଦାର ଡକ୍ଟର ଶ୍ରୀନିବାସ ବେହେରା ମାଜିଷ୍ଟେଟ ଭାବେ ଦାୟୀତ୍ବ ରେ ରହିଥିବା ବେଳେ ଅତିରକ୍ତ ଆରିକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଙ୍କ ତତ୍ଵାବଧାନରେ ଜଣେ ଡି ଏସ ପି, ଏସ ଡି ପିଓ ଉମାଶଙ୍କର ସିଂହ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ,୭ ଜଣ ଇନିସ୍ପେକ୍ଟର, ୧୨ ଟି ମୋବାଇଲ୍ ଟିମ୍,ଏବଂ ସମସ୍ତ ବୁଥ ରେ ପୋଲିସ ମୁତୟନ ହୋଇଛନ୍ତି।ବ୍ଲକ୍ ଅଫିସ୍ ପକ୍ଷରୁ ୨୬ ଟି ବୁଥ କୁ ୨୬ ଟି ପର୍ଯ୍ୟବେକ୍ଷଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏନେଇ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ୍ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ କହିଛନ୍ତି ନିର୍ବାଚନ କୁ ଅବାଧ , ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି ।