ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଓ କିନ୍ନର ମାନଙ୍କୁ ନେଇ ପରିଚୟ ପତ୍ର କାର୍ଡ ବଣ୍ଟନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହରର ବରିଷ୍ଠ ନାଗରିକ ଓ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ବୈଠକ ସମେତ ପରିଚୟ ପତ୍ର କାର୍ଡ ବଣ୍ଟନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଏସପି ଶ୍ରୀ ଜୟରାମ ଶତପଥିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।ବରିଷ୍ଠ ନାଗରିକ ଓ କିନ୍ନର ମାନେ କେବେ ହେଲେ ମଧ୍ୟ ସେମାନେ ନିଜକୁ ଏକୁଟିଆ ବା ଅସହଯୋଗ ଥିବା ଅନୁଭବ ଯେଭଳି ନ କରିବେ ଏବଂ ପୋଲିସ ସବୁବେଳେ ସେମାନଙ୍କ ସହଯୋଗ ପାଇଁ ଅଛନ୍ତି । କେତେବେଳେ ସେମାନେ ସେମାନଙ୍କ ଅସୁବିଧା ଓ ସହଯୋଗ ସମ୍ପର୍କରେ ଜଣାଇବେ , ପୋଲିସ ତତକ୍ଷଣାତ ସୁବିଧା ଅସୁବିଧାରେ ସାହାଯ୍ୟ ସହଯୋଗ କରିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ଓ ୧୩ ଜଣ ଟ୍ରାନସଜେଣ୍ଡର ମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କ ପରିଚୟ ପତ୍ର କାର୍ଡ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଶ୍ରୀ ଜୟରାମ ଶତପଥୀଙ୍କ ସମେତ ଅନ୍ୟ ମଞ୍ଚାସିନ ଅତିଥି ମାନେ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସିନ ଅତିଥି ଭାବେ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏଏସପି: ଶ୍ରୀ ବାମଦେବ ସିଂହ , ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଇଁ: ନୃସିଂହ ରଥ ଓ ଶ୍ରୀ ହରି ମୋହନ ପଟ୍ଟନାୟକ ଏବଂ ଟ୍ରାନସଜେଣ୍ଡର ମାନଙ୍କ ପକ୍ଷରୁ ଜସମିନ ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ଶ୍ରୀ ରବୀନ୍ଦ୍ର ପାଢ଼ୀ ଓ ଶ୍ରୀ ରଘୁନାଥ ମହାରଣାଙ୍କ ସମେତ ଅନ୍ୟମାନେ କେତେକ ସମସ୍ୟା ସମ୍ପର୍କରେ ମଞ୍ଚାସିନ ଅତିଥି ମାନଙ୍କୁ ଅବଗତ କରାଇଥିଲେ ।ପରେ ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବରିଷ୍ଠ ନାଗରିକ ଓ ଟ୍ରାନସଜେଣ୍ଡର ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରା ଯାଇଥିଲା ।ସଚେତନତା ସଭା କାର୍ଯ୍ୟକ୍ରମକୁ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁ ସଂଯୋଜନା ଓ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ