ପ୍ରଶାସନ ପକ୍ଷରୁ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ଖେଳ ପଡିଆ ଠାରେ ଆଡମ୍ବର ସହ ଜିଲ୍ଲାସ୍ତରୀୟ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିର୍ସା ମୁଣ୍ଡା ନିଜ ଜୀବନ କାଳ ମଧ୍ୟରେ କରିଥିବା କାର୍ଯ୍ୟ ପାଇଁ ନମସ୍ୟ ହେବା ସହ ଆଜି ଆମେ ଏହି ଦିବସଟିକୁ ପାଳନ କରୁଛନ୍ତି ବୋଲି ପ୍ରକାଶ କରିବା ସହ ଜଳ, ଜମି, ଜଙ୍ଗଲକୁ ଆଜିର ଦିନରେ ନଷ୍ଟ କରିବା ନାହିଁ ବୋଲି ଶପଥ ନେବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ। ଆଜି ବିର୍ସା ମୁଣ୍ଡାଙ୍କ ଜନ୍ମ ସ୍ଥାନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ରାଜ୍ୟର ଜାମୁଇଁ ଠାରେ ଆଡମ୍ବର ସହ ଉପସ୍ଥିତ ରହି ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ଗୁଡିକ ଲୋକାର୍ପଣ କରିଛନ୍ତି ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ୧୭ଟି ମନ୍ତ୍ରଣାଳୟ ସହ ରାଜ୍ୟର ୧୩ ଟି ମନ୍ତ୍ରଣାଳୟର ୨୫ ଟି ଯୋଜନା ଜନଜାତିର ଗୌରବ ଦିବସ ଅବସରରେ କାର୍ଯ୍ୟ ଆରମ୍ଭ କରିବ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା ସ୍ତରୀୟ ଏହି ଆଡମ୍ବର ପୂର୍ଣ୍ଣ ଦିବସରେ ବିଭିନ୍ନ କାର୍ଯ୍ୟରେ କୃତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥ୍ ମାନେ ସମ୍ମାନିତ କରିଥିବା ଦେଖିବାକୁ ମିଳିଥିଲା। ସମ୍ମାନିତ ଅତିଥ୍ ରୂପେ ଯୋଗଦେଇ ଥୂବା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜିଲ୍ଲା ପ୍ରଶାସନ ଏବଂ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରି ମୋହନା ଅଞ୍ଚଳରେ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସହ ବହୁ ଯୋଜନା ଗୁଡ଼ିକ ସ୍ଥାପନ ନିମନ୍ତେ ଅନୁରୋଧ କରିବା ସହ ପାରଳା ବିଧାୟକ ଇଂ.ରୁପେଶ ପାଣିଗ୍ରାହି ନିଜ ବକ୍ତବ୍ୟରେ ପୂର୍ବରୁ ଏହି ପରି ଜନଜାତିଙ୍କ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ବାସୀଙ୍କ ନିମନ୍ତେ କରିଥିବା ପ୍ରକାଶ କରିଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ମାଧ୍ୟମରେ ମୋହନା ବ୍ଲକର ତିନିଟି ଜନଜାତି ଗ୍ରାମକୁ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ୬ କୋଟି ୭୯ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ ଅଟକଳରେ ହେବା ଥୂବା ବେଳେ ତାହାକୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିପ୍ରସ୍ତର ଦେଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୂକାରୀ ଡ. ଗୁଣନିଧୂ ନାୟକ, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧୂକାରୀ ମମତା ପରିଡ଼ାଙ୍କ ସମେତ ବିଡିଓ ମୋହନା ରାଜୀବ ଦାସ, ସିଡିଏମଓ ପାରଳାଖେମଣ୍ଡିଙ୍କ ସମେତ ମୋହନା ବ୍ଲକ ଥୂବା ବେଳେ ତାହାକୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିପ୍ରସ୍ତର ଦେଇଥିବା ଦେଖିବାକୁ ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୂକାରୀ ଡ. ଗୁଣନିଧୂ ନାୟକ, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧୂକାରୀ ମମତା ପରିଡ଼ାଙ୍କ ସମେତ ବିଡିଓ ମୋହନା ରାଜୀବ ଦାସ, ସିଡିଏମଓ ଡ଼. ଅଲ୍ଲୀଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ.